ସୁବର୍ଣ୍ଣରେଖାରେ ଆସୁଛି ବନ୍ୟା: ଏସଆରସି

Spread the love

ଭୁବନେଶ୍ୱର: ଦୁର୍ବଳ ହେଲା ଗଭୀର ଅବପାତ। ଉତ୍ତର-ପଶ୍ଚିମ ଛତିଶଗଡ ପାର୍ଶ୍ଵବର୍ତ୍ତୀ ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ତଥା ଦକ୍ଷିଣ ପୂର୍ବ ଉତ୍ତରପ୍ରଦେଶ ଅଞ୍ଚଳରେ ସକ୍ରିୟ ଗଭୀର ଅବପାତ ଦୁର୍ବଳ ହୋଇ ଏକ ଅବପାତରେ ପରିଣତ ହୋଇଛି l ଏହା ଆଗାମୀ 24 ଘଣ୍ଟା ଯାଏଁ ନିଜର ଗତିର ଦିଗ ବଜାୟ ରଖିବା ସହ ଦୁର୍ବଳ ହୋଇ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପର ରୁପନେବ। ସେପଟେ  ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ବନ୍ୟା ନିଶ୍ଚିତ ହେବ। ବନ୍ୟାର ପ୍ରକୋପ ଟିକେ ଅଧିକ ରହିବ କହିଲେ ଏସଆରସି।  ମୟୁରଭଞ୍ଜ, ବାଲେଶ୍ୱର, କେନ୍ଦୁଝରରେ ପ୍ରବଳରୁ ଅତି ପ୍ରବଳ ବର୍ଷିଛି।  ଝାଡଖଣ୍ଡରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ବର୍ତ୍ତମାନ ଗାଲୁଡିହିବ୍ୟାରେଜର ୧୬ଟି ଗେଟ୍ ଖୋଲା ରହିଛି। ଫଳରେ ପ୍ରାୟ ୫ ଲକ୍ଷ କ୍ୟୁସେକ୍ ପାଣି ଆସୁଛି।  ତେଣୁ ସୁବର୍ଣ୍ଣରେଖା ଅବବାହିକାରେ ନିଶ୍ଚିତ ବନ୍ୟା ହେବ। ବନ୍ୟା ସ୍ଥିତିକୁ ନେଇ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ସୂଚନା। ସୂବର୍ଣ୍ଣରେଖାରେ ପ୍ରବଳ ବନ୍ୟା ସମ୍ଭାବନା। ବର୍ତ୍ତମାନ ସବୁଠୁ ଚ୍ୟାଲେଞ୍ଜିଙ୍ଗ ସୁବର୍ଣ୍ଣରେଖା।  ତେଣୁ ୫୮ଟି  ଅତିରିକ୍ତ ରେସ୍କ୍ୟୁ ଟିମ୍ ଦୁଇ ଜିଲ୍ଲାକୁ ଯାଇଛନ୍ତି। ଆମର ପ୍ରାଥମିକତା ଜୀବନହାନୀନ ହେବା।  ମହାନଦୀ ସିଷ୍ଟମରେ ଆଉ ବନ୍ୟା ସ୍ଥିତି ଅଧିକ ହେବନି କହିଲେ ଏସଆରସି।  ମୁଣ୍ଡଳିରେ ଜଳ ପ୍ରବାହ ୮ ଲକ୍ଷ ୩୦ ହଜାର କ୍ୟୁସେକକୁ ଆସିଲାଣି।  କନ୍ଧମାଳ , କଳାହାଣ୍ଡି , ବୌଦ୍ଧରେ ବେଶି ବର୍ଷା ସତ୍ତ୍ବେ ପ୍ରଭାବ ପଡିବନି।  କାରଣ ହୀରାକୁଦର କେବଳ ୪ଟି  ଗେଟ୍ ଖୋଲିଛି , ଆଉ ସବୁ ଗେଟ୍ ବନ୍ଦ।  ତେଣୁ ମହାନଦୀକୁ ନେଇ ଆଉ ବିପଦ ଆଶଙ୍କା ନାହିଁ ବୋଲି କହିଛନ୍ତି ଏସଆରସି।

Leave a Reply

Your email address will not be published. Required fields are marked *