ତତଲା ତାଓ୍ୱା ପାଲଟିଛି ସାରା ଓଡ଼ିଶା

HEAT WAVE VS IMPACT..PKG..PRADEEP/BBSR
() ପ୍ରଚଣ୍ଡ ଖରାରେ ତତଲା ତାଓ୍ୱା ପାଲଟିଛି ସାରା ଓଡ଼ିଶା। ତାତିରୁ ତ୍ରାହି ମିଳୁନି। ପଣା ସଂକ୍ରାନ୍ତିରେ ତ ରାଜ୍ୟରେ ତାପମାତ୍ରା ଆହୁରି ବୃଦ୍ଧି ପାଇଛି। ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡ଼ାରେ ୪୦ ଡିଗ୍ରୀ ପାଖାପାଖି ଚାଲିଯାଇଥିଲା ପାରଦ। ୧୫ ତାରିଖ ପରେ ରାଜ୍ୟରେ ତାତି କମିବ ବୋଲି ଯଦିଓ ଆଶ୍ୱସ୍ତିକର ଖବର ଦେଇଛି ପାଣିପାଗ ବିଭାଗ। ତେବେ ଏସଆରସି ବି ସତର୍କ କରିଦେଇଛନ୍ତି ଯେ, ଜରୁରୀ କାମ ନଥିଲେ ଦିନ ବେଳା ଘରୁ ବାହାରନ୍ତୁନି।
ତତଲା କଡ଼େଇ ପାଲଟିଛି ସାରା ଓଡ଼ିଶା। ଦିନକୁ ଦିନ ପାରଦ ଉପରମୁହାଁ ହେବାରେ ଲାଗିଛି। ସବୁଠି ଅସହ୍ୟ ତାତି। ଜନଜୀବନ ଅସ୍ତବ୍ୟସ୍ତ ହୋଇଗଲାଣି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ୁଛି। ରାସ୍ତାଘାଟ ପୁରା ଶୂନଶାନ୍ ହୋଇଯାଉଛି। ତାତିରେ ନିଇତି ନୂଆ ରେକର୍ଡ ସୃଷ୍ଟିରେ ଲାଗିଛି ଓଡ଼ିଶା। ସାଢେ ୧୧ଟା ସୁଦ୍ଧା ତ ଝାରସୁଗୁଡ଼ାରେ ପାରଦ ୪୦ ଡିଗ୍ରୀ ପାଖାପାଖି ଚାଲିଯାଇଥିଲା। ୧୬ ତାରିଖ ଯାଏ ସ୍କୁଲ ବନ୍ଦ ଥିଲେ ବି ଖରାକୁ ଦେଖି ପୁଣି ଛୁଟି ଅବଧି ବଢ଼ିପାରେ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ଦେଖି ସତର୍କ କରାଇଛନ୍ତି ଏସଆରସି। ଅତି ଖରା ସମୟରେ ଯେଭଳି କୌଣସି ଶ୍ରମିକ ନିର୍ମାଣ କାମରେ ଲାଗିବେନି, ସେ କଥାକୁ ନିଶ୍ଚିତ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି ଏସଆରସି। ପିକ୍ ସମୟ ଭିତରେ ଜରୁରୀ କାମ ନଥିଲେ ପଦାକୁ ବାହାରନ୍ତୁନି ବୋଲି ଲୋକଙ୍କୁ ନିବେଦନ କରିଛନ୍ତି ଏସଆରସି।
୧୫ ତାରିଖ ପରେ ରାଜ୍ୟରେ ତାତି କମିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ପଶ୍ଚିମ ଓଡ଼ିଶାରେ ପାରଦ ୪୫ ଡିଗ୍ରୀ ଉପରକୁ ଚାଲିଯାଇପାରେ ବୋଲି ଆଶଙ୍କା କରିଛି। ଗୁରୁବାର ତ ବାରିପଦା ସହର ବିଶ୍ୱର ସବୁଠୁ ଉତ୍ତପ୍ତ ସହର ସାଜିଥିଲା। ୪୩.୫ ଡିଗ୍ରୀ ସେଲସିୟସ ସହ ଏହି ବିରଳ ରେକର୍ଡ କରିଛି ବାରିପଦା। ବିଶ୍ୱସ୍ତରୀୟ ପାଣିପାଗ ସଂସ୍ଥା ଏଲଡେରାଡୋ ଏହି ସୂଚନା ଦେଇଛି। ଏଭଳି ପରିସ୍ଥିତିରେ ଅଂଶୁଘାତ ଜନିତ ମୃତ୍ୟୁର ଅଭିଯୋଗ ନୂଆପଡ଼ା ଓ ଭଦ୍ରକରୁ ଆସିଛି।
ଡହ ଡହ ଖରାରେ ସିଝୁଛି ପୁରା ଓଡ଼ିଶା। କେନ୍ଦୁଝର, ସମ୍ୱଲପୁର, ଚାନ୍ଦବାଲି, ଭୁବନେଶ୍ୱର, ବାଲେଶ୍ୱର, ପୁରୀ ସବୁଠି ପାରଦ ଉପରମୁହାଁ। ରାଜସ୍ୱ ମନ୍ତ୍ରୀ ବି ପରିସ୍ଥିତିର ସମୀକ୍ଷା କରିଛନ୍ତି।
ପ୍ରଦୀପ ନାୟକଙ୍କ ରିପୋର୍ଟ