ଭୁବନେଶ୍ୱର : ଓଡ଼ିଶାରେ ଘନ ଘନ ବିଦ୍ୟୁତ କାଟକୁ ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ବୟାନବାଜି ଚାଲିଛି । ସବୁଠାରୁ କ୍ଷୋଭର କଥା ହେଲା ବିଦ୍ୟୁତ ବିଭାଗର ସର୍ବୋଚ୍ଚ ଶାସନକର୍ତା ହେଉଛନ୍ତି ବିଭାଗୀୟ ମନ୍ତ୍ରୀ । କାହିଁକି ବିଦ୍ୟୁତକାଟ ହେଉଛି ତାହାର ସଠିକ କଥା ମନ୍ତ୍ରୀ ଜନସାଧାରଣଙ୍କୁ ଜଣାଇବା ଉଚିତ ବା ଗଣମାଧ୍ୟମକୁ ପ୍ରକୃତ ସୂଚନା ଦେବା କଥା । ନିଜ ପଦକୁ ବଞ୍ଚାଇବାକୁ ଯାଇ ମନ୍ତ୍ରୀ ଜାଣିସୁଣି ପୁଳା ପୁଳା ମିଛ କହୁଛନ୍ତି ବା ଏ ସମ୍ପୂର୍ଣ୍ଣ ଘଟଣା ବାବଦରେ ତାଙ୍କ ପାଖରେ କାଣିଚାଏ ତଥ୍ୟ ନଥାଇପାରେ ବୋଲି ମୋର ସନ୍ଦେହ ହେଉଛି । ୨୦୨୩-୨୪ ବର୍ଷ ଆର୍ଥିକ ବର୍ଷରେ ଗ୍ରୀଡ଼କୋ ୩୬୪୨୮ ମେଗା ୟୁନିଟ୍ର ବିଦ୍ୟୁତ ଯୋଗାଣରେ ଆବଶ୍ୟକତା କରୁଛି, କିନ୍ତୁ ଯେହେତୁ ବିଦ୍ୟୁତ ପରିବହନ (ଟ୍ରାନସମିନ) କ୍ଷତି ୩ପ୍ରତିଶତକୁ ମିଶାଇଲେ ରାଜ୍ୟରେ ନିରବଚ୍ଛିନ୍ନ ଭାବରେ ବିଦ୍ୟୁତ ଯୋଗାଇବାକୁ ହେଲେ ଗ୍ରୀଡ଼କୋକୁ ୩୭୫୫୪ ମେଗା ୟୁନିଟ୍ର ବିଦ୍ୟୁତ ଶକ୍ତି ଆବଶ୍ୟକତା ପଡ଼ୁଛି । ଏପ୍ରିଲ ମାସରେ ୩୩୧୮, ମେ ମାସରେ ରାଜ୍ୟକୁ ୩୩୬୧ ଜୁନ ମାସରେ ୩୨୩୫ ମେଗା ୟୁନିଟ୍ ବିଦ୍ୟୁତ ଆବଶ୍ୟକତା ରହିଛି । କିନ୍ତୁ ଗ୍ରୀଡ଼କୋର ତଥ୍ୟ ଅନୁସାରେ ରାଜ୍ୟର ଆବଶ୍ୟକତା ଠାରୁ ବିଭିନ୍ନ ଉତ୍ସରୁ ବିଦ୍ୟୁତ ଯୋଗାଣ କମଥିଲା । ଚାହିଦା ଅଧିକ, ଯୋଗାଣ କମ ଥିଲେ ନିଶ୍ଚିତ ଭାବରେ ବିଦ୍ୟୁତ କାଟ ହେବ । ସବୁଠାରୁ ଦୁଃଖର କଥା ଏନଟିପିସି (୪୦୦ ମେଗାୱାଟ) ଓ ବେଦାନ୍ତ (୩୦୦ ମେଗାୱାଟ) ଠାରୁ ରାଜ୍ୟ ସରକାର ମୋଟ ୭୦୦ ମେଗାୱାଟ ର ବିଦ୍ୟୁତ ପାୱାର ପର୍ଚେଜ ଏଗ୍ରିମେଣ୍ଟ ଠାରୁ କମ ପାଉଛନ୍ତି । ଏଇ ଦୁଇ କମ୍ପାନୀ ଗ୍ରୀଡ଼କୋ ୭୦୦ ମେଗାୱାଟର ବିଦ୍ୟୁତ ଯାହା ସରକାର ପାଇବା କଥା ତାହା ଜାଣିସୁଣି ଦେଉନାହାନ୍ତି ଏବଂ ଏଥିପାଇଁ ଶକ୍ତିବିଭାଗର ମନ୍ତ୍ରୀ ଏବଂ ଶକ୍ତି ସଚିବ ଏପରିକି ଓଇଆରସି ସମସ୍ତେ ଜାଣିସୁଣି ନିରବ କାହିଁକି? ଏ ସରକାର କାହାର ସ୍ୱାର୍ଥ ରକ୍ଷା କରିବାପାଇଁ ଅହରହ ଉଦ୍ୟମ କରୁଛନ୍ତି । ଆବଶ୍ୟକତା ଠାରୁ କମ ବିଦ୍ୟୁତ ମିଳୁଥିବା ହେତୁ ଏକ ପ୍ରମୁଖ କାରଣ ବୋଲି ମୋର ଧାରଣା । ସରକାର ଏ ବାବଦରେ ସ୍ପଷ୍ଟିକରଣ ରଖନ୍ତୁ । ସହରାଞ୍ଚଳ ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଘନ ଘନ ବିଦ୍ୟୁତ କାଟ ହେଉଛି ଏ କଥାକୁ ନା ମନ୍ତ୍ରୀ ନା ସଚିବ କେହି ସ୍ୱୀକାର କରୁନାହାନ୍ତି । ରାଜ୍ୟରେ ଏକ ଅଭାବନୀୟ ପରସ୍ଥିତି ସୃଷ୍ଟି ହୋଇଛି । ଦୀର୍ଘ ବର୍ଷ ଶାସନରେ ରହିବା ହେତୁ ଅତ୍ୟନ୍ତ ଅହଂଭାବ ସୃଷ୍ଟି ହୋଇଛି । ଯେଉଁଥିପାଇକି ଜନସାଧାରଣଙ୍କୁ ଏ ସରକାର ସମ୍ମାନ ଦେଉନାହାନ୍ତି । ସତ କହିବା ଏ ସରକାରଙ୍କ ପକ୍ଷେ ସମ୍ଭବ ନୁହେଁ । ମୁଖ୍ୟମନ୍ତ୍ରୀ ରାଜ୍ୟର ବିଦ୍ୟୁତକାଟକୁ ନେଇ ଥରୁଟିଏ ବି ତାଙ୍କ ପ୍ରତିକ୍ରିୟା ରଖୁନାହାନ୍ତି । ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କର ଦାୟୀତ୍ୱ କ’ଣ କେବଳ ନିର୍ବାଚନ ଜିତିବା ନିଜ ମନ୍ତ୍ରୀମଣ୍ଡଳକୁ ବିଶ୍ୱାସକୁ ନନେବା ଓ ନିର୍ଦ୍ଦିଷ୍ଟ କତିପୟ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ସରକାର ଚଲାଇବା କି? ରାଜ୍ୟ ସରକାର ୪୨ ହଜାର କୋଟି ଟଙ୍କାର ବିଦ୍ୟୁତ କ୍ଷେତ୍ରରେ ଭିତ୍ତିଭୂମିର ପରିବର୍ତନ ପାଇଁ ପୁଞ୍ଜି ବିନିଯୋଗ କରାଯାଇଛି ବୋଲି କୁହାଯାଉଛି । ତାହାହେଲେ ପରିସ୍ଥିତି ଏତେ ଅସମ୍ଭାଳ କାହିଁକି? ମନ୍ତ୍ରୀ ଟ୍ରିପିଂ, ଟ୍ରାନସଫରମର ପୋଡ଼ିଯିବା, କଟଆଉଟ ଉଡ଼ିଯିବା ଇତ୍ୟାଦି କଥା କହୁଛନ୍ତି । ପ୍ରକୃତ କଥା ଏତେଗୁଡ଼ିଏ ଅର୍ଥ ଉନ୍ନତମାନର ତାର, ଖୁଣ୍ଟି, ଟ୍ରାନସଫରମର ଇତ୍ୟାଦି ଜିନିଷ ଲଗାଯାଇଛିକି? ନା ଅର୍ଥ କେବଳ ବାଟମାରଣା ହୋଇଛି ଓ ଦଳୀୟ ପାଣ୍ଠି ସଂଗ୍ରହ କରାଯାଇଛି । କଂଗ୍ରେସ ସରକାର ସମୟରେ ଭିତ୍ତିଭୂମିର ପୁର୍ନବିନ୍ୟାଶ ପାଇଁ ୱାଲର୍ଡ ବ୍ୟାଙ୍କ ଠାରୁ ଋଣ କରାଯିବା ପାଇଁ ନିଷ୍ପତି ହୋଇଥିଲା । ବିଶ୍ୱ ବ୍ୟାଙ୍କ ମଧ୍ୟ ଋଣ ଦେବା ପାଇଁ ରାଜି ହୋଇଥିଲା । କିଛି କାମ ଆରମ୍ଭ ହୋଇଥିଲା । ୨୦୦୦ ମସିହା ଠାରୁ ଏ ସରକାର ଆସିଲାପରେ ବିଶ୍ୱବ୍ୟାଙ୍କ ଋଣ ବନ୍ଦ ହେଲା ଭିର୍ତିଭୂମି ସଜାଡ଼ ହେଲା ନାହିଁ ଏବଂ ପୂର୍ବରୁ ରିଲିଆନ୍ସ ଡିସକମ୍କୁ ୪୨୩୪ କୋଟି ଟଙ୍କା ଆଦାୟ ନକରି ଛାଡ଼ି ଦେବା ଏ ସରକାରଙ୍କର ପାରିବା ପଣିଆ । ଆଜିର ବିଦ୍ୟୁତ କାଟ ପାଇଁ ସରକାର କେବଳ ସଂପୂର୍ଣ୍ଣ ଭାବେ ଦାୟୀ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now