ଓଡ଼ିଶାରାଜନୀତି

ପଦ୍ମପୁରରେ  ବିଜେଡି  ଜିତିବା  ପରେ  ସୁଶାନ୍ତ ସିଂହଙ୍କ  ବଡ  ବୟାନ

ଭୁବନେଶ୍ବର: ୨୦୨୪ରେ  ବିଜେଡିର  ମିଶନ ୧୨୫କୁ ନେଇ ସୁଶାନ୍ତ ସିଂହଙ୍କ ବଡ ବୟାନ।  ଆସନ୍ତା ଥରକୁ ୧୪୭  ଆସନରୁ ୧୨୫ ସିଟରେ ବିଜୟ ହାସଲ କରିବା ବିଜେଡି। ପଶ୍ଚିମ ଓଡିଶା ଉପରେ ବିଜେପି ଆଖିର ରଖିଆସୁଥିବା ବେଳେ ସେଠାର ୩୬ ସିଟ ଭିତରୁ ୩୦ରୁ ଅଧିକ ସିଟରେ ବିଜେଡି ବିଜୟ ହାସଲ କରିବ ବୋଲି କହିଛନ୍ତି ସିଂହ।

ପଦ୍ମପୁରରେ ବିଜେଡିର ବାଜିମାତ ପରେ ବିଜେଡି ନେତା ସୁଶାନ୍ତ ସିଂହ ଆଗାମୀ ସାଧାରଣ ନିର୍ବାଚନକୁ ନେଇ କରିଛନ୍ତି ଭବିଷ୍ୟବାଣୀ। ଓଡିଶା ବିଧାନସଭାର ୧୪୭ ସିଟରୁ ମୋଟ ୧୨୫ ଆସନରୁ ଅଧିକ ବିଜେଡି ଜିତିବ ବୋଲି କହିଛନ୍ତି ସିଂହ। ପଶ୍ଚିମ ଓଡିଶାର ୩୬ ସିଟ ଭିତରୁ ୩୦ରୁ ଅଧିକ ସିଟ ବିଜେଡି ହାତେଇବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ପୂର୍ବତନ ମନ୍ତ୍ରୀ। ଆସନ୍ତା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପୁଣି ପଶ୍ଚିମ ଓଡିଶାରୁ ଲଢିବାକୁ ଅନୁରୋଧ କରାଯିବ ବୋଲି ସେ କହିଛନ୍ତି।

ସିଂହ ଆଗକୁ ଆହୁରି କହିଛନ୍ତି, ପଦ୍ମପୁରରେ ବିଜୟ ପରେ  ପ୍ରତିଶୁତି   ପାଳନ  ପାଇଁ  ଜାନୁୟାରୀରେ  ମୁଖ୍ୟମନ୍ତ୍ରୀ  ପଦ୍ମପୁର  ଯାଇପାରନ୍ତି। ଆଗାମୀ ନିର୍ବାଚନ ପାଇଁ ସବୁ ବିଧାନସଭା ମଣ୍ଡଳୀ ଉପରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ରଣନୀତି କରିବେ। ଗ୍ରାଉଣ୍ଡ ରିପୋର୍ଟକୁ ଆଧାର କରି ଟିକେଟ ଦିଆଯିବ। ଲୋକପ୍ରିୟତା ଅଧିକ ଯାହାର ଅଛି ତାକୁ ଟିକେଟ ଦେବେ ବୋଲି କହିଛନ୍ତି ସିଂହ।

ଏଥିସହ ନିଜ ବିରୋଧରେ ହୋଇଥିବା ଷଡଯନ୍ତ୍ରକୁ ନେଇ କହିବାକୁ ଭୁଲି ନ ଥିଲେ ସୁଶାନ୍ତ। ସେ କହିଛନ୍ତି, ମୋତେ ଦୁର୍ବଳ କରିବା ପାଇଁ ଷଡ଼ଯନ୍ତ୍ର କରୁଥିଲେ। ବିଜେପି ଷ୍ଟ୍ରାଟେଜୀ ଥିଲା ମୋ ମନବଳକୁ ଭାଙ୍ଗିବା, ସେଥିପାଇଁ ଆଇଟି ରେଡ ଠୁ ନେଇ ମୋତେ ଜେଲ ପୁରେଇବା କଥା କହିଥିଲେ। କିନ୍ତୁ ମୁଁ ଡରି ନ ଥିଲି।

ସେ ସୁରେଶ ପୂଝାରୀଙ୍କ ଉପରେ କଟାକ୍ଷ କରି କହିଛନ୍ତି କି, ପୂଜାରୀ  ୬ଥର ହାରିଛନ୍ତି। ପୁଲୱମା ପ୍ରଭାବ ଥିଲା  ତେଣୁ ଜିତିଲେ। ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ହରାଇବା ପାଇଁ ସମ୍ବଲପୁରରୁ ଟିକଟ ନଦେଇ ବରଗଡ଼ରୁ ଟିକେଟ ଦେଇଥିବା ସେ ସିଂହଙ୍କୁ କହିଥିବା କହିଛନ୍ତି ସୁଶାନ୍ତ।

Leave a Reply

Your email address will not be published.

Back to top button