ଓଡ଼ିଶା

ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରାରେ କିଏ ହେବେ ମହାରାଜା

ବରଗଡ: କିଏ ହେବେ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରାରେ ମହାରାଜା? ଯାହା ପାଇଁ ଆରମ୍ଭ ହୋଇ ଯାଇଛି କଳାକାର ଚୟନ ପ୍ରକ୍ରିୟା । ଜିଲ୍ଲା ତଥା ଜିଲ୍ଲା ବାହାରୁ ନିଜର ଦକ୍ଷତା ଦେଖାଇବା ପାଇଁ ଛୁଟି ଆସୁଛନ୍ତି କଳାକାର ।  

ବରଗଡ଼ର ଚଳିତ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରାରେ ମହାରାଜା କଂସ ଚରିତ୍ର ପାଇଁ  ଚାଲିଛି କଳାକାର ଚୟନ ପ୍ରକ୍ରିୟା । ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ  ନୂତନ କଳାକାରଙ୍କ ଚୟନ ଚାଲିଛି । କଳାକାର ମାନେ କଂସ ବେଶଭୂଷାରେ ସଜ୍ଜିତ ହୋଇ ଅଡିସନ ଦେବାକୁ ଆସିଛନ୍ତି । କଂସ ଚରିତ୍ର ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ୫୬ଜଣ କଳାକାର ଆଦେଦନ କରିଛନ୍ତି। ସ୍ଥାନୀୟ ଟାଉନ ହଲଠାରେ ଦୁଇଦିନ ଧରି ଯାତ୍ରାର ପାର୍ଶ୍ଵ ଚରିତ୍ର ପାଇଁ ଚୟନ ପ୍ରକ୍ରିୟା ସରିଥିବା ବେଳେ ମହାରାଜ କଂସ ଭୂମିକାରେ ଅଭିନୟ ପାଇଁ କଳାକାରଙ୍କ ଦକ୍ଷତା ପରଖା ଯାଉଛି।   

ସେହିପରି କଳାକାର ଚୟନ ପାଇଁ ବରଗଡ ଜିଲ୍ଲାର ତିନିଜଣଙ୍କ ସହ ବାହାର ଜିଲ୍ଲାର ଚାରି ଜଣ ଚୟନ କର୍ତ୍ତାଙ୍କୁ ନିଯୁକ୍ତ କରାଯାଇଛି । ଧନୁଯାତ୍ରାର ମୁଖ୍ୟ ଚରିତ୍ର ମହାରାଜ କଂସ ପାଇଁ ଉଚ୍ଚକୋଟୀର କଳାକାରଙ୍କୁ ଧନୁଯାତ୍ରାରେ ସୁଯୋଗ ଦିଆଯିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଗତ 7 ଏବଂ 9 ତାରିଖ ଦୁଇଦିନ ଧରି ଧନୁଯାତ୍ରାର ପାର୍ଶ୍ଵଚରିତ୍ର ମହାମନ୍ତ୍ରୀ , ସେନାପତି, ଚାଣ୍ଡୁର ମୁଷ୍ଟିକ , ନାରଦ, ଦେବକୀ ,ବସୁଦେବ, ଉଗ୍ରସେନ ଆଦି ଭୂମିକା ପାଇଁ କଳାକାର ଚୟନ ପ୍ରକ୍ରିୟା ସାରିଛି ।

Leave a Reply

Your email address will not be published.

Back to top button