ଓଡ଼ିଶାରାଜନୀତି

ସ୍ୱାସ୍ଥ୍ୟସେବାରେ କାହାର ସ୍କିମ ଭଲ?

() ସ୍ୱାସ୍ଥ୍ୟସେବାରେ ଶ୍ରେୟ ରାଜନୀତି l କାହା ଯୋଜନା ଭଲ? କିଏ କେତେ ଉପକୃତ ହେଉଛନ୍ତି l ଆୟୁଷ୍ମାନ ଭାରତ ନା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଜନହିତାକାରୀ ତାକୁ ନେଇ ଆରମ୍ଭ ହୋଇଛି ରାଜନୀତି l ଯେପର୍ଯ୍ୟନ୍ତ BSKY ବିଷୟରେ ବିଜେପି ବୁଝିନି ସେ ପର୍ଯ୍ୟନ୍ତ ବିଜେଡି ବୁଝେଇବ ବୋଲି ପ୍ରତିକ୍ରିୟା ରଖିଛି ବିଜେଡି l ସେପଟେ ବିଜେପି କହିଛି BSKY କାର୍ଡରେ ଅନେକ ଦୁର୍ନୀତି ଦେଖିବାକୁ ମିଳିଛି l ଅନ୍ୟପଟେ ରାଜନୈତିକ ଉଦେଶ୍ୟରେ ଉଭୟ ଯୋଜନା ବୋଲି କହିଛି କଂଗ୍ରେସ ।

ସ୍ୱାସ୍ଥ୍ୟସେବାରେ କାହାର ସ୍କିମ ଭଲ! କେନ୍ଦ୍ରର ଆୟୁଷ୍ମନ ଭାରତ ଯୋଜନା ନା ରାଜ୍ୟର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା! ସ୍ୱାସ୍ଥ୍ୟସେବାକୁ ନେଇ ଶ୍ରେୟ ରାଜନୀତି l କେଉଁଟା ଭଲ ଆଉ କେଉଁଟା ଲାଗୁ ହେବା ଦରକାର, ତାକୁ ନେଇ ଜୋରଦାର ଚର୍ଚ୍ଚା l ବୁଧବାର ବଜେଟ ଆସିବା ପରେ ବଜେଟର ୭ନଂ ସିରିଏଲରେ ଆୟୁଷ୍ମାନ ଯୋଜନା ପାଇଁ ବଜେଟରେ ୭ହଜାର ୨ଶହ କୋଟି ଥିବା ଜଣାପଡିଛି l ତେବେ ତାହାକୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଭାଗ କଲେ ପ୍ରତି ରାଜ୍ୟକୁ ୨୦୦ କୋଟି ଆସିବ ଅର୍ଥାତ ଓଡ଼ିଶା ଭାଗରେ ମଧ୍ୟ ୨୦୦ କୋଟି ପଡିବ ବୋଲି ଆକଳନ କରିଛି ବିଜେଡି l ସେପଟେ ଆୟୁଷ୍ମାନ କୁ BSKY ସହ ତୁଳନା କରିବାକୁ ପଛାଇନି ବିଜେଡି l ରାଜ୍ୟରେ BSKY ପାଇଁ  ୬ହଜାର କୋଟି ଅର୍ଥ ବ୍ୟବରାଦ ରହିଛି l ଓଡିଶାର ପ୍ରତ୍ୟକ ଜିଲ୍ଲା କୁ ଦୁଇଶହ କୋଟି ଦିଆଯାଉଛି l ୫୦୦ ବେସରକାରୀ ମେଡିକାଲରେ BSKY କାର୍ଡ କାର୍ଯ୍ୟକରୁଛି l ମହିଳାଙ୍କୁ ୧୦ ଲକ୍ଷ ଓ ପୁରୁଷଙ୍କୁ ୫ଲକ୍ଷ ଦିଆଯିବା ସହ ଅଙ୍ଗ ପ୍ରତ୍ୟାରୋପଣରେ ୫ଲକ୍ଷରୁ ଅଧିକ ଖର୍ଚ୍ଚ ପାଇଁ ଦିଆଯାଉଛି ଯାହା ଆୟୁଷ୍ମାନ ଯୋଜନାରେ ନାହିଁ ବୋଲି ବିଜେଡି କହିଛି l ଅନ୍ୟପଟେ ବିଜେପି କହିଛି ବିଜୁ ସ୍ୱାସ୍ଥ୍ୟ କର୍ଡ଼କୁ ନେଇ ମୁଖ୍ୟମନ୍ତ୍ରୀ ଯାହା କହିଛନ୍ତି ତାହା ରାଜନୈତିକ ବୟାନବାଜି। କାରଣ ବିଭିନ୍ନ ସମୟରେ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ରେ ଦୁର୍ନୀତି ହୋଇଥିବା ଦେଖିବାକୁ ମିଳିଛି।

ଆୟୁଷ୍ମାନ ଓ ବି. ଏସ. କେ. ୱାଇ ଉଭୟ ଯୋଜନା ରାଜନୈତିକ ଉଦେଶ୍ୟରେ ପ୍ରଣୋଦିତ l କେବଳ  ନାଁ ନେବା ପାଇଁ ବାହାଦୁରି ନେବା ପାଇଁ ଏଭଳି ଲଢେଇ ଚାଲିଛି ବୋଲି କଂଗ୍ରେସ ଅଭିଯୋଗ କରିଛିl  କେନ୍ଦ୍ରସରକାର ଓ ରାଜ୍ୟ ସରକାର ଅନେକ ସମୟରେ ମିତ୍ର ହୋଇ କାମ କରୁଛନ୍ତି, ହେଲେ ସ୍ୱାର୍ଥ କଥା ଆସିଲେ ଲଢେଇ କରୁଛନ୍ତି l ଯାହା ଫଳରେ ସାଧାରଣ ଲୋକ ତାର ଉପଲବ୍ଧି ପାଇପାରୁନାହିଁ l ଆୟୁଷ୍ମାନ ଯୋଜନା ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏହି ଦୁଇଟି ଯୋଜନାକୁ ଯଦି ପ୍ରକୃତ ଉଦେଶ୍ୟ ରଖି ଲୋକକଲ୍ୟାଣ ଯୋଜନାରେ ପରିଣତ କରନ୍ତେ ଲୋକମାନେ ଉପକୃତ ହୁଅନ୍ତେ ବୋଲି କଂଗ୍ରେସ କହିଛି

ବଜେଟ ଆସୁ ଆସୁ ସ୍ୱାସ୍ଥ୍ୟ ସେବାରେ ଶ୍ରେୟ ନେବା ପାଇଁ କେହିବି ପଛରେ ନାହାଁନ୍ତି l ଗରିବ ଖଟିଖିଆଙ୍କର ଏଥିରେ କେତେ ଉପକୃତ ହେଉଛନ୍ତି ତାହା ଆଜିବି ପ୍ରଶ୍ନବାଚୀ ସୃଷ୍ଟି କରିଛି..!

ସିମ୍ପୁଲ ନାୟକ ଓ ନବକିଶୋର ସାହୁଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button