ପିଲାଙ୍କୁ ସ୍କୁଲ ବସରେ ଛାଡ଼ୁଛନ୍ତି କି। ସାବଧାନ। ବିନା ଫିଟନେସରେ ବିପଦସଙ୍କୁଳ ଅବସ୍ଥାରେ ଭୁବନେଶ୍ୱରରେ ଗଡ଼ୁଛି ୪୬୦ ବସ୍। ବିଧାନସଭାରୁ ଆସିଛି ଏଭଳି ସାଙ୍ଘାତିକ ତଥ୍ୟ। ସର୍ବମୋଟ୍ ଭୁବନେଶ୍ୱରରେ ପଞ୍ଜୀକୃତ ହୋଇଛି ୧୪୮୪ ସ୍କୁଲ ବସ୍। ଏଥିରୁ ୪୬୦ଟିର ଫିଟନେସ୍ ନାହିଁ ବୋଲି ପରିବହନ ମନ୍ତ୍ରୀ ବିଭୂତି ଜେନା ଉତ୍ତର ରଖିଛନ୍ତି। ମନ୍ତ୍ରୀ କହିଛନ୍ତି, କେମିତି ବିନା ଫିଟନେସରେ ଏତେ ସଂଖ୍ୟକ ସ୍କୁଲ ବସ୍ ଗଡ଼ୁଛି, ତାହାର ତର୍ଜମା ହେଉଛି। ଗୋଟିଏ ଦିନରେ ତ ସବୁ କାମ ହୋଇପାରିବନି। ବସରେ ଭିଏଲଟିଏଲ ଲଗାଯିବ। କାର୍ଯ୍ୟାନୁଷ୍ଠାନ ବି ଆରମ୍ଭ ହେଲାଣି। ସ୍କୁଲ ଗୁଡ଼ିକୁ ନିୟମ ମାନିବାକୁ କୁହାସରିଛି। ଯେଉଁ ସ୍କୁଲ ବସର ଫିଟନେସ ନାହିଁ, ସେ ସବୁ ଅବାଧରେ ଚାଲିପାରିବନି ବୋଲି ତାଗିଦ୍ କରିଛନ୍ତି ମନ୍ତ୍ରୀ।


Naxatra News is now on Whatsapp
Join and get latest news update delivered to you via whatsapp
Join Now