ଘରୋଇ କମ୍ପାନୀରେ କାର୍ଯ୍ୟରତ ଶ୍ରମିକଙ୍କ ଆତ୍ମହତ୍ୟା

Spread the love

ଖୋର୍ଦ୍ଧା : ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଶ୍ରମିକ ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତକ ଶ୍ରମିକ ହେଲେ ଜଗତସିଂହପୁରର ଅନିରୁଦ୍ଧ ସ୍ଵାଇଁ (୩୩)।

ସୂଚନା ମୁତାବକ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା କୟଥପଲ୍ଲା ସ୍ଥିତ ଫାଲକନ ଫିଡ଼ସରେ ଅନିରୁଦ୍ଧ କୌଣସି କାରଣକୁ ନେଇ ଗତକାଲି ରାତିରେ ତାଙ୍କ କୋଠରୀ ଝରକାରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବାର ସନ୍ଦେହ ହେଉଛି। ତେବେ ଖବର ପାଇ ଟାଙ୍ଗୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି। ମୃତକଙ୍କ ପରିବାର ପକ୍ଷରୁ ଏ ନେଇ କୌଣସି ଅଭିଯୋଗ ହୋଇନଥିବାର ଟାଙ୍ଗୀ ଥାନା ଅଧିକାରୀ ଦିଗବିଜୟ ବିଶ୍ଵାଳ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *