ଓଡ଼ିଶା

କେନ୍ଦୁଝର ବାଇକ୍ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

କନ୍ଧମାଳ : ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ପଲାବ୍ରୁଡି ପଞ୍ଚାୟତର ନେଡିପଦର ଗାଁ ନିକଟରେ ବାଇକ ଦୁର୍ଘଟଣାରେ ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ପଳାବୃଡି ପଞ୍ଚାୟତ ଅଲିମାଡା ଗ୍ରାମର କୈଳାଶ କହଁରଙ୍କ ପୁଅ ବିକାଶ କହଁର (୧୮) ବୋଲି ଜଣାପଡିଛି । ସେ ଫିରିଙ୍ଗିଆ ପଞ୍ଚାୟତ ମହାବିଦ୍ୟାଳୟରେ ଯୁକ୍ତ ଦୁଇରେ ପାଠ ପଢୁଥିଲେ।

ସୂଚନା ଅନୁସାରେ, ବିକାଶ କୌଣସି ଏକ କାମରେ ବାଇକ ଯୋଗେ ଜଣେ ବନ୍ଧୁଙ୍କ ସହ ଯାଉଥିଲେ। ଏହି ସମୟରେ ଫିରିଙ୍ଗିଆ-ଗୋଛାପଡା ମୁଖ୍ୟ ରାସ୍ତାର ନେଡିପଦର ନିକଟରେ ରାସ୍ତା କଡରେ ପଡିରହିଥିବା ଏକ କାଠ ଗଣ୍ଡିରେ ତାଙ୍କର ବାଇକଟି ବାଡେଇ ହୋଇଥିଲା। ଯାହାଫଳରେ ସେ ଗାଡିରୁ ଛିଟିକି ପଡିଥିଲେ। ଗୁରୁତର ଅବସ୍ଥାରେ ରାସ୍ତା କଡରେ ପଡି ରହିଥିବା ଦେଖି ସ୍ଥାନୀୟ ଗ୍ରାମବାସୀ ତାଙ୍କୁ ପ୍ରଥମେ ଗୋଛାପଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ବୁଧବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଖବର ପାଇ ଗୋଛାପଡା ପୋଲିସ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଗୋଛାପଡା ଥାନାରେ ଏନେଇ ୬୭/୨୩ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା କହିଛନ୍ତି ଥାନା ଅଧିକାରୀ ରଞ୍ଜିତ କୁମାର ମୁନି।

Leave a Reply

Your email address will not be published.

Back to top button