ପାରିବାରିକ କଳହର କରୁଣ ପରିଣତି। ଟ୍ରେନ୍ ଆଗକୁ ଡେଇଁ ଜୀବନ ହାରିଦେଲେ ଯୁବକ। ମୃତକ ହେଲେ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ କୁମାରବସ୍ତ ଗାଁର ରାମଚନ୍ଦ୍ର ବଡ଼ଜେନା। ପତ୍ନୀର ମାନସିକ ଅତ୍ୟାଚାରର ଶୀକାର ହୋଇ ଜୀବନ ହାରିବାକୁ ଯାଉଛନ୍ତି ବୋଲି ମୃତ୍ୟୁ ପୂର୍ବରୁ ଏକ ଭିଡ଼ିଓ କରିଥିଲେ ରାମଚନ୍ଦ୍ର। ଶୁକ୍ରବାର ସଂଧ୍ୟାରେ ଧଉଳିମୁହଁ ରାମ ମନ୍ଦିର ପାଖରେ ରାମଚନ୍ଦ୍ରଙ୍କର ଖଣ୍ଡବିଖଣ୍ଡିତ ମୃତ ଦେହ ଦେଖି ଲୋକେ ପୁଲିସକୁ ସୂଚନା ଦେଇଥିଲେ। ଶବ ଉଦ୍ଧାର ସହ ପୁଲିସ ତଦନ୍ତ ଜାରି ରଖିଛି। ତେବେ ତଦନ୍ତରୁ ଯୁବକ ଆତ୍ମହତ୍ୟା କରିବା ପଛର କାରଣ ତାଙ୍କ ମୋବାଇଲରେ ହୋଇଥିବା ଭିଡିଓ ରେକର୍ଡରୁ ପୁଲିସ ଜାଣିବାକୁ ପାଇଛି। ଭିଡ଼ିଓରେ ନିଜ ମୃତ୍ୟୁ ପାଇଁ ପତ୍ନୀ ଓ ଶାଶୁଙ୍କୁ ଦାୟୀ କରିଛନ୍ତି ରାମ। ସେ ଦେଇଥିବା ୨୦ଲକ୍ଷ ଟଙ୍କା ମାଗିବାରୁ ତାଙ୍କ ପତ୍ନୀ ସୋନାଲି ପାଟ୍ଟଶାଣୀ ଓ ସଞ୍ଜୁ ପାଟ୍ଟଶାଣୀ କୁଆଡ଼େ ମିଶିକି ଦେଉଥିଲେ ମାନସିକ ନିର୍ଯ୍ୟାତନା। ଏପରିକି ପତ୍ନୀ ଛାଡ଼ପତ୍ର ପାଇଁ ଧମକ ବି ଦେଉଥିଲେ। ସେଥିଲାଗି ବାଧ୍ୟ ହୋଇ ଏହି ଚରମ ପଦକ୍ଷେପ ନେବାକୁ ଯାଉଛି କହି ଭିଡ଼ିଓରେ କହିଥିଲେ ରାମ। ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ ରାମଚନ୍ଦ୍ରଙ୍କ ପତ୍ନୀ ଓ ଶାଶୁଙ୍କୁ ଥାନାରେ ଅଟକ ରଖି ଘଟଣା ସମ୍ପର୍କରେ ତଦନ୍ତ ଜାରି ରଖିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now