କୋର୍ଟ

୪୯ ତମ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଲଳିତ

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟର ୪୯ ତମ ପ୍ରଧାନ  ବିଚାରପତି ଭାବେ ଶପଥ ନେଇଛନ୍ତି ଜଷ୍ଟିସ ଉଦୟ ଉମେଶ ଲଳିତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ପଦ ଓ ଗୋପନୀୟତାର ଶପଥ ଦେଇଛନ୍ତି। ସେ ୭୪ ଦିନ ପାଇଁ ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ୮ ନଭେମ୍ବର ୨୦୨୨କୁ ସେ ଅବସର ନେବେ। ତେବେ ଶୁକ୍ରବାର ଦିନ ପୂର୍ବତନ ସିଜେଆଇ ଏନ ଭି ରମଣାଙ୍କ ଅବସରକାଳୀନ ସମାରୋହରେ କେଉଁ ୩ଟି ଦିଗ ପ୍ରତି ସେ ଧ୍ୟାନ ଦେବେ ତାହା ଉଲ୍ଲେଖ କରିଥିଲେ।

ଶନିବାର ଦିନ ରାଷ୍ଟ୍ରପତି ମୁର୍ମୁ ଜଷ୍ଟିସ ୟୁ ୟୁ ଲଳିତଙ୍କୁ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥପାଠ କରାଇଛନ୍ତି। ଲଳିତ ହେଉଛନ୍ତି ୪୯ ତମ ସିଜେଆଇ। ତେବେ ଏହାର ଗୋଟିଏ ଦିନ ପୂର୍ବରୁ ବିଦାୟୀ ବିଚାରପତି ଜଷ୍ଟିସ ରମଣାଙ୍କ ଅବସରକାଳୀନ ସମାରୋହରେ ଯୋଗଦେଇ ନିଜ କାର୍ଯ୍ୟକାଳର ଭିଜନ ସମ୍ପର୍କରେ ଉଲ୍ଲେଖ କରିଥିଲେ। ମକଦମାଗୁଡିକୁ ଶୀଘ୍ର ସୂଚିବଦ୍ଧ କରିବା ପ୍ରକ୍ରିୟାକୁ ଅଧିକ ପାରଦର୍ଶୀ କରିବା, ସେସବୁ କୁ ବ୍ୟବହାରିକ କରିବା, ଗୁରୁତ୍ବପୂର୍ଣ୍ଣ ଶୁଣାଣି ଯୋଗ୍ୟ ମକଦାମାକୁ ବ୍ୟବସ୍ଥିତ କରି ଉପରେ ସେ ଫୋକସ ଦେବେ ବୋଲି କହିଛନ୍ତି।

ଏହା ବ୍ୟତୀତ ସମ୍ବିଧାନର ବ୍ୟାଖ୍ୟା ସହ ଜଡିତ ମାମଲା ବହୁ ସଂଖ୍ୟାରେ ପଡିରହିଛି। ଏଥିନେଇ ୫ ବା ତାଠାରୁ ଅଧିକ ବିଚାରପତିଙ୍କୁ ନେଇ ଖଣ୍ଡପୀଠ କରିବା ଓ ଗୋଟିଏ ସମ୍ବିଧାନିକ ପୀଠ ପୂରା ଗୋଟିଏ ବର୍ଷ ପାଇଁ ସମ୍ବିଧାନ ସମ୍ବନ୍ଧିତ ମକଦମାର ଶୁଣାଣି କରିବା ଦିଗରେ ଗୁରୁତ୍ବ ଦେବା ଉପରେ ସେ ଫୋକସ୍ କରିଛନ୍ତି।

ସିଜେଆଇ ଭାବେ ଜଷ୍ଟିସ ଲଳିତ  ସିଜେଆଇ ରୂପେ କଲେଜିୟମର ନେତୃତ୍ବ ନେବେ, ଯେଉଁଥିରେ ଜଷ୍ଟିସ ଚନ୍ଦ୍ରଚୂଡ, ଜଷ୍ଟିସ କୌଲ, ଜଷ୍ଟିସ ନଜୀର ଓ ଜଷ୍ଟିସ ଇନ୍ଦୀରା ବାନାର୍ଜୀ ରହିବେ।  ତେବେ ବିଚାରପତି ନିଯୁକ୍ତି ନେଇ ଜଷ୍ଟିସ ଲଳିତଙ୍କ ସହ ଜଷ୍ଟିସ ଚନ୍ଦ୍ରଚୂଡ ଓ ଜଷ୍ଟିସ ସଂଜୟ କୌଲ ରହିବେ। ଜଷ୍ଟିସ ବାନାର୍ଜୀ ସେପ୍ଟେମ୍ବର ୨୩ରେ ଅବସର ନେବା ପରେ ଜଷ୍ଟିସ କେ ଏମ ଜୋସେଫ କଲେଜିୟମ ସଦସ୍ୟ ହେବେ।

ଜଷ୍ଟିସ ଲଳିତ ପ୍ରଧାନବିଚାପତି ଭାବେ ୭୪ ଦିନ କାର୍ଯ୍ୟ କରିବାକୁ ରହିଛି। ସେ ୮ ନଭେମ୍ବରକୁ ଅବସର ନେବେ। ତାଙ୍କ ପରେ ଜଷ୍ଟିସ ଚନ୍ଦ୍ରଚୂଡ ହେବେ ପରବର୍ତ୍ତୀ ପ୍ରଧାନ ବିଚାରପତି।

Related Articles

Leave a Reply

Your email address will not be published.

Back to top button