ରାଜନୀତି

ସୌନ୍ଦର୍ଯ୍ୟକରଣ ନାମରେ ଅନେକ କୀର୍ତ୍ତିରାଜି ଭଙ୍ଗା ଯାଇଛି : ବିଜେପି

ଭୁବନେଶ୍ୱର : ନବୀନ ପଟ୍ଟନାୟକ ସରକାର ଏକାମ୍ର ପ୍ରକଳ୍ପର ଭୁମିପୂଜନ ନାଁରେ ରାଜନୈତିକ ମଞ୍ଚ କରି ଭୁଆଁ ବୁଲାଉଛନ୍ତି ବୋଲି ଭାରତୀୟ ଜନତା ପାର୍ଟୀ ପକ୍ଷରୁ କୁହାଯାଇଛି ।

ପାର୍ଟିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, 23 ବର୍ଷ ଶାସନରେ ସୌନ୍ଦର୍ଯ୍ୟକରଣ କଥା ଆଜି ମନେ ପଡିଛି । ଆମେ ବିରୋଧ କରୁନାହୁଁ, ପ୍ରାଚୀନ କୀର୍ତ୍ତିରାଜିର ସୁରକ୍ଷା ହବା ଦରକାର । ସୌନ୍ଦର୍ଯ୍ୟକରଣ ନାମରେ ଅନେକ କୀର୍ତ୍ତିରାଜି ଭଙ୍ଗା ଯାଇଛି । ସେଥିପାଇଁ ବିବାଦ ହୋଇଛି, ଯୋଉଁ କୀର୍ତ୍ତିରାଜି ଲାଗି ଆମେ ଆମେ ଗର୍ବ ଅନୁଭବ କରୁଛେ ।

ସେ କହିଛନ୍ତି ଯେ, ଆଧ୍ୟାତ୍ମିକ ଐତିହ୍ୟ ଭଣ୍ଡାର ଏକାମ୍ରକ୍ଷେତ୍ର, ଏହାର ସୁରକ୍ଷା ଲାଗି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗାନ୍ଧୀ ନଗର ଆଇଆଇଟିକୁ ସର୍ଭେ ଲାଗି ନିର୍ଦେଶ ଦେଇଥିଲେ । ଜିପିଆର ଆଧାରରେ ସର୍ଭେ କରିବାକୁ କୁହାଯାଇଥିଲା, ଜିପିଆର ଦ୍ୱାରା ମାଟିତଳେ କୀର୍ତ୍ତିରାଜିର ଥ୍ରୀ ଡି ଫୋଟୋ ଆସିବ, ଏହାର ସର୍ଭେ ହୋଇଛି, ରାଜ୍ୟ ସରକାରଙ୍କ ପାଖରେ ରିପୋର୍ଟ ପଡ଼ିରହିଛି କିନ୍ତୁ କାର୍ଯ୍ୟକାରିତା ଏପର୍ଯ୍ୟନ୍ତ ହୋଇପାରିଲା ନାହିଁ । ସଂସ୍କୃତିବିତ, ପ୍ରତ୍ନତତ୍ୱବିତ ଐତିହାସିକ ସମସ୍ତେ ଚାହିଁ ରହିଛନ୍ତି ଜିପିଆର ସର୍ଭେରେ କଣ ବାହାରିଛି ।

କୀର୍ତ୍ତିରାଜି ଉପରେ ଟାଇଲ ପକାଇ ରାଜନୈତିକ ମଞ୍ଚ ମାଧ୍ୟମରେ ଉତ୍ସବ ପାଳନ କରାଯାଉଛି । ଏହାଦ୍ୱାରା କଣ ପ୍ରାଚୀନ କୀର୍ତ୍ତିରାଜି ସୁରକ୍ଷା ହୋଇପାରିବ କ ବୋଲି ସେ ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହାୟକ ଗସ୍ତ କରୁଛନ୍ତି, ତାଙ୍କ ପଛେ ପଛେ କ୍ୟାବିନେଟ ମନ୍ତ୍ରୀ ବୁଲୁଛନ୍ତି । ଏହାଦ୍ୱାରା କଣ ସୁରକ୍ଷା ହୋଇପାରିବ କି ବୋଲି ସେ ପଚାରିଛନ୍ତି । ନିର୍ବାଚନ ଆଗକୁ ଅଛି, ସେଥିପାଇଁ ଏକ ଭେଳିକି ସୃଷ୍ଟି କରାଯାଉଛି । ଏହାକୁ ରାଜ୍ୟ ସରକାର ରାଜନୈତିକ ମଞ୍ଚ କରିଛନ୍ତି, ଲୋକଙ୍କୁ ଭୁଆଁ ବୁଲେଇ ପ୍ରହେଳିକା ସୃଷ୍ଟି କରୁଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Related Articles

Leave a Reply

Your email address will not be published.

Back to top button