ଜାତୀୟ

ବସ ଖାଇକୁ ଖସି ୨୫ ମୃତ

ଗଡବାଲ: ଉତ୍ତରାଖଣ୍ଡରେ ଗତ ରାତିରେ ହୋଇଥିବା ବସ ଦୁର୍ଘଟଣାରେ ୨୫ ଜଣଙ୍କ ମୃତ୍ୟୁ ହୋଇଛି। ପୁଲିସ ଓ ଏସଡିଆରଏଫ ରାତି ଜାକ ଲାଗି ୨୧ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିଛି। ଆହତମାନଙ୍କୁ ନିକଟବର୍ତ୍ତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡିଜିପି ଅଶୋକ କୁମାର ଏନେଇ ସୂଚନା ଦେଇଛନ୍ତି। ସ୍ଥାନୀୟ ଲୋକଙ୍କ ସହାୟତାରେ ଏସଡିଆରଏଫ ଉଦ୍ଧାର କାର୍ଯ୍ୟ କରିଛି।

ସୂଚନା ମୁତାବକ, ମଙ୍ଗଳବାର ରାତିରେ ପୌଡି ଗଡବାଲରେ ପୌଡି ଜିଲ୍ଲାର ବିରୋଙ୍ଖାଲ ଅଞ୍ଚଳରୁ ୪୫-୫୦ ଜଣ ଲୋକଙ୍କୁ ନେଇ ଏକ ବସ ଯାତ୍ରା କରୁଥିବା ବେଳେ ରାସ୍ତା କଡକୁ ଖାଇକୁ ଖସି ପହିଥିଲା। ଏକ ବିବାହରେ ସାମିଲ ହେବାକୁ ସମସ୍ତ ଯାତ୍ରୀ ଲାଲଢାଙ୍ଗରୁ ବିରୋଙ୍ଖାଲକୁ ଯାଉଥିଲେ। ସିମରୀ ମୋଡରେ ବସଟି ଖାଇକୁ ଖସି ପଡିଥିଲା।

ସ୍ଥାନୀୟ ଲୋକଙ୍କ ସୂଚନାରେ ପୁଲିସ ଓ ଏସଡିଆରଏଫ ସେଠାରେ ପହଞ୍ଚିଥିଲା ଓ ଲୋକଙ୍କ ସହଯୋଗରେ ୨୧ ଜଣଙ୍କୁ ସୁରକ୍ଷିତ ରଖା କରିବାରେ ସକ୍ଷମ ହୋଇଥିଲା। ହେଲେ ରାତ୍ରୀ ସମୟ ହୋଇଥିବାରୁ ଅନ୍ଧାରରେ ଉଦ୍ଧାର କାର୍ଯ୍ୟ କଷ୍ଟକର ହୋଇଥିଲା। ସେଠାରେ କୌଣସି ଲାଇଟ ବ୍ୟବସ୍ଥା ନ ଥିଲା। ଲୋକମାନେ ନିଜ ମୋବାଇଲ ଟର୍ଚ୍ଚ ଲାଇଟରେ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ।

ବସ ଦୁର୍ଘଟଣାରେ ୨୫ ଲୋକଙ୍କ ମୃତ୍ୟୁ ହୋଇଛି। ପୁଲିସ ଓ ଏସଡିଆରଏଫ  ଘଟଣାସ୍ଥଳରେ ପହଞ୍ଚି ୨୧ଲୋକଙ୍କୁ ରକ୍ଷା କରିଛନ୍ତି। ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଏହି ଘଟଣା ଅତ୍ୟନ୍ତ ହୃଦୟ ବିଦାରକ। ଏହି ଦୁଃଖଦ ଘଟଣା ପାଇଁ ମୋର ସମବେଦନା ଶୋକ ସନ୍ତପ୍ତ ପରିବାର ସହ ରହିଛି। ଏଥିସହ ଶୀଘ୍ର ଆହତଙ୍କ ଅରୋଗ୍ୟ କାମନା କରିଛନ୍ତି ମୋଦି।

Related Articles

Leave a Reply

Your email address will not be published.

Back to top button