ଅପରାଧ

୪୦୯ ଲିଟର ଦେଶି ରନ୍ଧା ମଦ ଜବତ : ୨ ଗିରଫ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ବାଣିଆମାରି ଓ ଲୁଚାପଡ଼ା ଗ୍ରାମ ନିକଟସ୍ଥ ଦୁର୍ଗମ ଜଙ୍ଗଲରେ ବେଆଇନ ଭାବେ ମଦ ପ୍ରସ୍ତୁତ ହେଉଥିବା ସୂଚନା ମିଳିବା ପରେ ଅବକାରୀ ବିଭାଗ ପକ୍ଷରୁ ସେଠାରେ ଅତର୍କିତ ଚଢ଼ଉ କରାଯାଇଥିଲା । ଏଥିରେ ସମ୍ପୃକ୍ତ ଦୁଇ ଜଣ ଅଭିଯୁକ୍ତ ବାଣିଆମାରି ଗ୍ରାମର ବିପ୍ର ମଲ୍ଲିକ ଓ ପଦ୍ମନ ମଲ୍ଲିକଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୪୦୯ ଲିଟର ଦେଶି ରନ୍ଧା ମଦ ଜବତ କରାଯିବା ସହ ୧୧ ହଜାର ୪୦୦ ଲିଟର ମହୁଲ ପୋଚ ନଷ୍ଟ କରାଯାଇଥିବା ସୂଚନା ମିଳିଛି ।

ବ୍ରହ୍ମପୁର ଅବକାରୀ ଅଧିକ୍ଷକ ରମେନ୍ଦ୍ର ନାରାୟଣ ନାୟକଙ୍କ ନେତୃତ୍ଵରେ ଓ କୁକୁଡ଼ାଖଣ୍ଡି ଅତିରିକ୍ତ ତହସିଲଦାର ସ୍ଵାଗତିକା ରଥଙ୍କ ଉପସ୍ଥିତିରେ ବ୍ରହ୍ମପୁର, ଦିଗପହଣ୍ଡି ଓ ଚିକିଟି ଅବକାରୀ ବିଭାଗ ସମେତ ଦିଗପହଣ୍ଡି ପୋଲିସ ମିଳିତ ଭାବେ ଏହି ଚଢ଼ଉରେ ସାମିଲ୍ ହୋଇଥିଲେ ।

Related Articles

Leave a Reply

Your email address will not be published.

Back to top button