ଓଡ଼ିଶା

ବିଦେଶୀ ପକ୍ଷୀଙ୍କ ଆଗମନରେ ସଜେଇ ହେଉଛି ଚିଲିକା

ଚିଲିକା: ବଢୁଛି ଚିଲିକାର ସୌନ୍ଦର୍ଯ୍ୟ । ଦେଶବିଦେଶରୁ ଅସିଥିବା ଅନେକ ପକ୍ଷୀଙ୍କ ସମାଗମରେ  ସଜେଇ ହୋଇଛି ଚିଲିକା। ବିଦେଶାଗତ ପକ୍ଷୀମାନେ ବରଫାବୃତ୍ତ ଅଞ୍ଚଳରୁ ଶୀତ ପ୍ରକୋପରୁ ରକ୍ଷା ପାଇବା ପାଇଁ ଏବଂ ଖାଦ୍ୟ ଅନ୍ଵେଷଣରେ ଚିଲିକାକୁ ଆସି ଚିଲିକାର ସୌନ୍ଦର୍ଯ୍ୟ ବୃଦ୍ଧି କରନ୍ତି ।

ବଢୁଛି ଚିଲିକାର ସୌନ୍ଦର୍ଯ୍ୟ । ବିଦେଶରୁ ଆଗମନ କରୁଛନ୍ତି ପକ୍ଷୀ । ଯାହା ଚିଲିକାର ଶୋଭାକୁ ଦ୍ଵିଗୁଣିତ କରୁଛି । ଦେଶବିଦେଶରୁ ଅସିଥିବା ଅନେକ ପକ୍ଷୀଙ୍କ ସମାଗମ ଚିଲିକାରେ ଦେଖିବାକୁ ମିଳୁଛି । ପକ୍ଷୀଙ୍କ ସୁରକ୍ଷା ପାଇଁ ବନ୍ୟପ୍ରାଣୀ ବିଭାଗ ବ୍ୟାପକ ବନ୍ଦୋବସ୍ତ କରିଛି । ବିଭିନ୍ନ ସ୍ଥାନରେ ପକ୍ଷୀ ସୁରକ୍ଷା କ୍ୟାମ୍ପ ସାଙ୍ଗକୁ ବନ୍ୟପ୍ରାଣୀ ବିଭାଗ କର୍ମଚାରୀମାନେ ପକ୍ଷୀ ସୁରକ୍ଷା ବାହିନୀ ଗଠନ କରି ପକ୍ଷୀଙ୍କ ସୁରକ୍ଷା ପାଇଁ ସଜାଗ ରହିଛନ୍ତି । ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅଧୀନରେ ଟାଙ୍ଗୀ ,ରମ୍ଭା , ନୂଆପଡା , ଚିଲିକା , ସାତପଡା ରେଞ୍ଜ ରହିଥିବାବେଳେ କିପରି ପକ୍ଷୀ ଶିକାର କରିନହୁଏ ସେଥିପାଇଁ ବିଭିନ୍ନ ସ୍ଥାନରେ ଜନ ସଚେତନତା କାର୍ଯ୍ୟକ୍ରମ ହେଉଛି ।

ଅନ୍ୟପଟେ ପକ୍ଷୀଙ୍କ ସୁରକ୍ଷା ବଳୟକୁ ପ୍ରବେଶ ନକରିବା ଲାଗି ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ବିଦେଶାଗତ ପକ୍ଷୀଙ୍କ ମଧ୍ୟରେ ଗଡୱିଲ , ପିଣ୍ଟେଲ , ଫ୍ଲେମିଙ୍ଗୋ , ଗ୍ରେହେରେନ , ପେଲିକାନ , ଗଡୱିଟ , ଗାରଗ୍ରେନ , ୱିଜନ ପ୍ରଭୃତି  ,ବିଭିନ୍ନ ପ୍ରଜାତିର ପକ୍ଷୀ ଚିଲିକାର ଶୋଭା ବୃଦ୍ଧି କରୁଥିବା ବେଳେ ଚିଲିକା ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ପକ୍ଷୀଙ୍କ ସୁରକ୍ଷା ପାଇଁ  ସର୍ବମୋଟ ୨୦ଟି ପକ୍ଷୀ ସୁରକ୍ଷା କ୍ୟାମ୍ପ କରାଯାଇଛି ।

ଚଳିତ ବର୍ଷ ବହୁ ବିଳମ୍ବରେ ଶୀତ ଅନୁଭୂତ ହେଉଥିବାରୁ ବିଦେଶାଗତ ପକ୍ଷୀଙ୍କ ଆଗମନରେ ବିଳମ୍ବ ହୋଇଛି । ତେବେ ବିଦେଶୀ ପକ୍ଷୀ ଦେଖିବା ପାଇଁ ପର୍ଯ୍ୟଟକଙ୍କ   ଭିଡ ରହିଥିବା ବେଳେ ସେମାନଙ୍କ ରହିବା ଓ ପକ୍ଷୀ ଅଭୟରଣ୍ୟ ବୁଲିବା ପାଇଁ ଡ଼ଙ୍ଗାର   ବ୍ୟବସ୍ଥା ରହିଛି । ମଙ୍ଗଳାଯୋଡ଼ି ନିକଟରେ ଇକୋ କଟେଜ ମଧ୍ୟ ରହିଛି।

( ) ମରାଳ ମାଳିନୀ ଚିଲ୍ଲିକାରେ ବିଦେଶାଗତ ରଙ୍ଗବେରଙ୍ଗ ପକ୍ଷୀଙ୍କ ସମାଗମ…ସୁରକ୍ଷା ପାଇଁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ…୨୦ଟି କ୍ୟାମ୍ପ ସହ ଚାଲିଛି କଡା ପାଟ୍ରୋଲିଂ… ମତ୍ସଜୀବୀଙ୍କୁ ସୁରକ୍ଷା ବଳୟ ଭିତରକୁ ପ୍ରବେଶ ନିଷେଧ.. ଆକର୍ଷଣ ପାଲଟିଛି ମଙ୍ଗଳାଯୋଡ଼ିର ଇକୋ କଟେଜ…ଛୁଟୁଛି ପର୍ଯ୍ୟଟକଙ୍କ ସୁଅ…

Leave a Reply

Your email address will not be published.

Back to top button