ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ: ଜୟନାରାୟଣ ମିଶ୍ର

ସାଧନା ପୁରସ୍କାର କଥା ମଞ୍ଚରେ ଉଠାଇଲେ ଜୟନାରାୟଣ ମିଶ୍ର। ସାଧନାର ସାଧକ ଓଡିଶା ପାଇଁ ବାଧକ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ସମ୍ବୋଧନ କରି କଟାକ୍ଷ କଲେ ଜୟନାରାୟଣ। ଯିଏ ରାତି ହେଲେ କୁଆଡେ ଲୁଚିଯାନ୍ତି, ଆମ ସଂସ୍କୃତି ପରମ୍ପରା କଣ ଜାଣିନାହାନ୍ତି ସେ କଣ କାମ କରୁଛନ୍ତି। ତେଣୁ ଶକ୍ତି କେନ୍ଦ୍ର ରେ ଅର୍ଥାତ ନିଜ ଅଞ୍ଚଳକୁ ଧ୍ୟାନ ଦିଅନ୍ତୁ ଓ ସୁଦୃଢ କରନ୍ତୁ ଯାହା ଦ୍ୱାରା ଆମେ ନବୀନ ପଟ୍ଟନାୟକକୁ ବଙ୍ଗୋପସାଗରକୁ ଫିଙ୍ଗି ଦେବା ବୋଲି କହିଛନ୍ତି ଜୟନାରାୟଣ ମିଶ୍ର। ସେପଟେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ପ୍ରମିଳାଙ୍କ କାଉଣ୍ଟର। ନବୀନଙ୍କ ଓଜନ ଏତେ ସେ ନବୀନଙ୍କୁ ଟେକିକି ନେଇ ପାରିବେନି କି ଫୋପାଡି ପାରିବେନି। ସମ୍ବଳପୁର ପାହାଡିଆ ଅଂଚଳରୁ ମହାସାଗର ପର୍ଯ୍ୟନ୍ତ ସେ ଚାଲିଲି ଆସି ପାରିବେନି। ତାଙ୍କ ସ୍ବାସ୍ଥ୍ୟ ଠିକ୍ ନାହି। ନବୀନଙ୍କୁ ଟେକି ଫୋପଡ଼ିବାର ସାହସ ନାହିଁ। ୨୦୨୪ ରେ ବି ସେମାନେ ହତାଶ ହେବେ ହତାଶ ହେବେ। ସମସ୍ତେ ନବୀନଙ୍କ ସହ ଅଛନ୍ତି। ଓଡ଼ିଶାର ଲୋକ ନବୀନଙ୍କ ସହ ଅଛନ୍ତି। ବିକାଶ ଧାରାରେ ସାମିଲ ହୋଇଛନ୍ତି ନବୀନ।