ରାଜନୀତି

ମହାରାଷ୍ଟ୍ର ମହାଡ୍ରାମାରେ ରାଜ ଠାକରେଙ୍କ ଏଣ୍ଟ୍ରି

ଶିବସେନା ନାଁ ରାଜନୀତି କରୁଥିବା ସିନ୍ଧେ ଦଳ ଉଭୟ ଠାକରେ ଏବଂ ହିନ୍ଦୁତ୍ବ ଛାଡିବାକୁ ଚାହୁଁନାହାଁନ୍ତି । ଏଭଳି ପରିସ୍ଥିତିରେ ଏକନାଥ ସିନ୍ଧେ ଦଳର ୩୮ ଜଣ ବିଧାୟକ ରାଜ ଠାକରେଙ୍କ ପାର୍ଟୀ MNS ରେ ଯୋଗ ଦେଇପାରିବେ । ତାଙ୍କ ପାଇଁ ସବୁଠୁ ସହଜ କଥା ହେଉଛି ରାଜ ଠାକେର ଙ୍କ ପାର୍ଟୀ MNS ରେ ମିଶ୍ରଣ । ଗତ ସପ୍ତାହ ମହାରାଷ୍ଟ୍ରରେ ଚାଳିଥିବା ରାଜନୈତିକ ନାଟକ ରେ ନୁଆ ସମୀକରଣ ଗଠନ ହେବାକୁ ଯାଉଛି । ବର୍ତ୍ତମାନ ଖବର ପ୍ରକାଶ ପାଇଛି ଯେ ଶିବସେନା ର ବିଦ୍ରୋହୀ ନେତା ଏକନାଥ ସିନ୍ଧେ ବିକଳ୍ପ ଅନୁସନ୍ଧାନ କରୁଛନ୍ତି । ଶିବସେନା ନାଁ ରେ ରାଜନୀତି କରୁଥିବା ସିନ୍ଧେ ଦଳ ଉଭୟ ହିନ୍ଦୁତ୍ବ ଓ ଠାକରେ ଙ୍କ ନାମ ଛାଡିବାକୁ ଚାହୁଁନାହାଁନ୍ତି । ଏଭଳି ସ୍ଥିତି ୩୮ ବିଧାୟକଙ୍କୁ ଧରି ସିନ୍ଧେ ରାଜ ଠାକରେ ଙ୍କ ପାର୍ଟିରେ ଯୋଗ ଦେଇପାରିବେ ।

ତଥ୍ୟ ଅନୁସାରେ ଏକନାଥ ସିନ୍ଧେ ରାଜ ଠାକରେ ଙ୍କ ସହ ଦୁଇ ଥର କଥା ହୋଇଛନ୍ତି । ଫଳରେ ନୁଆ ସମୀକରଣ ସୃଷ୍ଟି ହୋଇପାରେ । ଗୁପ୍ତ ଭାବରେ ସବୁକିଚି ସ୍ଥିର ହୋଇଥିଲା । ରାଜ ଠାକରେ ଙ୍କ ବୈଠକ ସମୟରେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହା ମଧ୍ୟ୍ୟ ଉପସ୍ଥିତ ଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ସ୍ଥିତି ଷ୍ପଷ୍ଟ ହୋଇନାହିଁ । ମିଶ୍ରଣ କାହିଁକି ଆବଶ୍ୟକ । ଯଦିଓ ଏକନାଥ ସିନ୍ଧେ ଙ୍କର ୩୮ ବିଦ୍ରୋହୀ ବିଧାୟକଙ୍କ ସମର୍ଥନ ରହିଛି ଏକ ନୁତନ ଦଳ ଭାବରେ ମାନ୍ୟତା ପାଇବା ସହଜ ନୁହେଁ । ଏଭଳି ପରିସ୍ଥିତିରେ ରାଷ୍ଟ୍ରପତି ନିର୍ବାଚନ ପୁର୍ବରୁ ସିନ୍ଦେ ଦଳ ଏହି ସମସ୍ୟାର ସମାଧାନ କରିବାକୁ ଚାହୁଁଛନ୍ତି । ତେଣୁ ରାଜ ଠାକରେଙ୍କ ପାର୍ଟି MNS ସହ ମିଶ୍ରଣ ହେବା ସହଜ ହେବ । ଏଭଳି ପରିସ୍ଥିତିରେ ଠାକରେ ଙ୍କ ନାମ ରହିବ ହିନ୍ଦୁତ୍ହ ଏଜେଣ୍ଡା ମଧ୍ୟ୍ୟ ରହିବ । ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ରାଜ ଠାକରେ ହିଁ ସିନ୍ଦେଙ୍କ ପ୍ରଥମ ପସନ୍ଦ ହେବେ ।

Related Articles

Leave a Reply

Your email address will not be published.

Back to top button