ଜାତୀୟରାଜନୀତି

ଆଜି ନିଲାମ ହେବ ୫ଜି ସ୍ପେକଟ୍ରମ

ଆଜି ନିଲାମ ହେବ ୫ ଜି ସ୍ପେକଟ୍ରମ । ୨୦ ବର୍ଷର ବୈଧତା ଅବଧି ସହ ମୋଟ ୭୨ ହଜାର ୯୭ ଦଶମିକ ୮୫ ମେଗାହର୍ଜ ସ୍ପେକଟ୍ରମର ନିଲାମ ପ୍ରକିୟା ହେବ । ଚଳିତଥର ୫ଜି ନିଲାମ ରେ ୪.୩ ଲକ୍ଷ କୋଟି ଟଙ୍କାର ୭୨.୦୯୭୮୫ ମେଗାହର୍ଜ ସ୍ପେକଟ୍ରମ ନିଲାମ କରାଯିବ । ଏଥିରେ ସରକାର ୬୦୦ ମେଗାହର୍ଜ , ୭୦୦ ମେଗାହର୍ଜ ଏବଂ ୩୩୦୦ ମେଗାହର୍ଜ ସହତ ଅନେକ ବ୍ୟାଣ୍ଡରେ ବିକ୍ରି ପାଇଁ ୫ ଜି ଏୟାରୱେଜ୍ ରଖାଯାଇଛି । ନିଲାମ ନିମ୍ନ ମଧ୍ୟ୍ୟମ ଓ ହାଇଫ୍ରୀକ୍ୱେନ୍ସି ବ୍ୟାଣ୍ଡ ରେ ହେବ ।

୫ ଜି ସ୍ପେକଟ୍ରମ ଦ୍ୱାରା ୪ ଜି ଠାରୁ ଦଶଗୁଣା ଅଧିକ ଫାଷ୍ଟ ସର୍ଭିସ ମିଳିବ । ଦୁରସଞ୍ଚାର କ୍ଷେତ୍ର ୩ ଘରୋଇ କମ୍ପାନୀ ଜିଓ, ଏୟାରଟେଲ, ଓ ଭୋଡାଫୋନ ଆଇଡିଆ ନିଲାମରେ ଅଂଶଗ୍ରହଣ କରିବାକୁ ମଧ୍ୟ୍ୟ ଆବେଦନ କରିଛନ୍ତି । ଏଥିରେ ଚତୁର୍ଥ ଆବେଦନକାରୀ ଭାବରେ ଆଦାନୀ ଗ୍ରୁପ ରହିଛି । ଆଦାନୀ ଗ୍ରୁପ ନିକଟରେ ଲଙ୍ଗ ଡିଷ୍ଟାନ୍ସ ଏନଏଲଡି ଓ ଇଣ୍ଟରନ୍ୟାସନାଲ ଲଙ୍ଗଡିଷ୍ଟାନ୍ସ ଆଇଏନଏଲଡି ଲାଗି ଲାଇସେନସ୍ ହାସଲ କରିସାରିଛି । ହାସଲ ସ୍ପେକଟ୍ରମକୁ ଆଦାନୀ ଗ୍ରୁପ ବିମାନ ବନ୍ଦର ଠାରୁ ଆରମ୍ଭ କରି ନିଜର ବ୍ୟବସାୟ କ୍ଷେତ୍ରରେ ଏକ ଘରୋଇ ନେଟୱାର୍କ ରୁପେ ବ୍ୟବହାର କରିବ ବୋଲି କହିଛି ।

  • ସ୍ମରଜିତ୍ ଆର୍ଯ୍ୟଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button