ରାଜନୀତି

୪ ରାଜ୍ୟରେ କ୍ରସଭୋଟିଂ

ଗୌହାଟୀ: ଆସାମରେ ବହୁ କଂଗ୍ରେସ ନେତା ରାଷ୍ଟ୍ରପତି ନିର୍ବାଚନରେ କ୍ରସ ଭୋଟିଂ କରିଥିବା କହିଛନ୍ତି ଅଲ ଇଣ୍ଡିଆ ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟ ବିଧାୟକ କରିମ ଉଦ୍ଦିନ ବାର୍ଭୁୟାନ ଦାବି କରିଛନ୍ତି। କରିମ କହିଛନ୍ତି, ରାଜ୍ୟର ଅନ୍ୟୁନ ୨୦ କଂଗ୍ରେସ ବିଧାୟକ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି।କରିମ ଆହୁରି କହିଛନ୍ତି କି, ଗତକାଲି କଂଗ୍ରେସର ଏକ ବୈଠକ ହୋଇଛନ୍ତି। ତେବେ ଏହି ବୈଠକରେ ୨-୩ ଜଣ ବିଧାୟକ ଉପସ୍ଥିତ ଥିଲେ।

ଏଥିରୁ ସ୍ପଷ୍ଟ ହୋଇଛି ଆସାମର ୨୦ରୁ ଅଧିକ କଂଗ୍ରେସ ବିଧାୟକ ଦ୍ରୌପଦୀଙ୍କୁ ଭୋଟ ଦେଇଛନ୍ତି। ତେବେ କେବଳ ଆସାମ ନୁହେଁ ଗୁଜୁରାଟରୁ ଏନସିପି ବିଧାୟକ କନ୍ଧାଲ ଜାଡେଜା ମୁର୍ମୁଙ୍କୁ ଭୋଟ ଦେଇଥିବା କହିଛନ୍ତି।ସେହିପରି ଓଡିଶାରୁ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ମଧ୍ୟ କ୍ରସ ଭୋଟିଂ କରିଛନ୍ତି। ଏହା ବ୍ୟତୀତ ୟୁପିରୁ ମଧ୍ୟ ଦ୍ରୌପଦୀଙ୍କ ସପକ୍ଷରେ କ୍ରସ ଭୋଟିଂ ହୋଇଥିବା ସୂଚନା ରହିଛି।

  • ଶିଳା ରାୟଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button