ରାଜନୀତି

ଦସ୍ତଖତ ଅଭିଯାନ ଓ ଭୁବନେଶ୍ୱର ଚାଲ ପାଇଁ ଆପର ପ୍ରସ୍ତୁତି ବୈଠକ

କୋରେଇ : ଓଡିଶା ବିଦ୍ୟୁତ କ୍ଷେତ୍ରରେ ଏକ ବଳକା ରାଜ୍ୟ । କିନ୍ତୁ ଏଠାରେ ବିଦ୍ୟୁତ ଛାଡ ନଥିବା ବେଳେ ଦିଲ୍ଲୀ ଓ ପଂଜାବରାଜ୍ୟରେ ବଳକା ବିଦ୍ୟୁତ ନଥାଇ  ବିଦ୍ୟୁତ କ୍ରୟ କରି ୨ଶହ ୟୁନିଟ ପର୍ଯ୍ୟନ୍ତ ମାଗଣା ଯୋଗାଇ ଦେଉଛି । ତେବେ ଓଡିଶା ସରକାର କାହିଁକି ବିଦ୍ୟୁତ ଛାଡ କରିପାରୁନି । ଏହାର ପ୍ରତିବାଦରେ ଆମ ଆଦିମ ପାର୍ଟି ପକ୍ଷରୁ ଆସନ୍ତା ଜୁନ ୮ ତାରିଖ ଭୁବନେଶ୍ୱରର ଚାଲ ଅଭିଯାନ ପାଇଁ ପ୍ରସ୍ତୁତି ଚାଲିଛି । ଏହି କ୍ରମରେ ଜନସାଧାରଣଙ୍କୁ ସଚେତନତା କରିବା ପାଇଁ ଦସ୍ତଖତ ଅଭିଯାନ ଓ ସଚେତନତା କାର୍ଯ୍ୟକ୍ରମ ସହ ଭୁବନେଶ୍ୱର ଚାଲ ପାଇଁ ପ୍ରସ୍ତୁତି କରାଯାଉଛି । କୋରାଇ ବ୍ଲକ ପଥରପଦା ପଂଚାୟତ ଆପ ସଭାପତି ସୁଦର୍ଶନ ମଲ୍ଲିକଙ୍କ ସଭାପତିତ୍ୱରେ ଆଜି ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଜିଲ୍ଲା ସଭାପତି ମନୋଜ କୁମାର ମହାନ୍ତି, କୋରାଇ ନିର୍ବାଚନ ମଣ୍ଡଳୀ ଆବାହକ ଧରଣୀଧର ଘଡାଇ, ବ୍ଲକ ସଭାପତି ବାସୁ କିଶୋର ଦାସ ପ୍ରମୁଖ ଅତିଥିଭାବେ ଯୋଗଦେଇଥିବା ବେଳେ ତପନ ମିଶ୍ର, କାର୍ତିକ ଚନ୍ଦ୍ର ପଣ୍ଡା, ଶ୍ୟାମ ସୁନ୍ଦର ଦାସ, ଚକ୍ରଧର ସାହୁ, ବୈରାଗୀ ଜେନା, ସହଦେବ ଜେନା, ଦିବ୍ୟ ସିଂହ ମହାପାତ୍ର, କୈଳାସ ବେହେରା, ଶିବ ରାଉତ, ମୋନାଲିଶା ବେହେରା ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ବିଭିନ୍ନ ପଂଚାୟତର ସଭାପତି କର୍ମକର୍ତା ମାନେ ସାମିଲ ହୋଇଥିଲେ । ବୈଠକ ପରେ ନୂଆପଦା ଗ୍ରାମରେ ଦସ୍ତଖତ ଅଭିଯାନ ଓ ସଚେତନତା କାର୍ଯ୍ୟକ୍ରମ ଘର ଘର ବୁଲି କରାଯାଇଥିଲା ।

Related Articles

Leave a Reply

Your email address will not be published.

Back to top button