ରାଜନୀତି

ବିଜେପି ସାଂସଦଙ୍କ କାରକୁ ଆକ୍ରମଣ

ତେଲେଙ୍ଗାନା ରେ ବର୍ଷା ପ୍ରଭାବିତ ଗାଁ କୁ ଗସ୍ତ ବେଳେ ବିଜେପି ସାଂସଦ ଡି. ଅରବିନ୍ଦଙ୍କ କାରକେଡ କୁ ଆକ୍ରମଣ । ସେମାନେ ସାଂସଦଙ୍କ କାରକୁ ଅଟକାଇ ଭଙ୍ଗାରୁଜା କରିଛନ୍ତି । ଫଳରେ ସାଂସଦଙ୍କ ସମର୍ଥକ ଓ ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି । ଏଥିପାଇଁ ଶାସକ ଟିଆରଏସକୁ ଦାୟି କରିଛିନ୍ତି ବିଜେପି ସାଂସଦ । ଗୋଦାବରୀ ନଦୀରେ ଜଳସ୍ତର ବଢିବାରୁ ଆକପାଖ ଅଞ୍ଚଳର ଗାଁ ଗୁଡିକ ପ୍ରଭାବତି ହୋଇଛି । ସ୍ଥିତି ଅନୁଧ୍ୟ୍ୟାନ ପାଇଁ ସାଂସଦ ଗାଁ ରେ ପହଞ୍ଚିବା ବେଳେ ତାଙ୍କ ଗାଡିକୁ ଅଟକାଇଥିଲେ ଗ୍ରାମବାସୀ ।

କାରକେଡ ସହ ସାଂସଦଙ୍କ ଗାଡିର ଭଙ୍ଗାରୁଜା କରିଥିଲେ ଉତ୍ତ୍ୟକ୍ତ ଲୋକ । ସାଂସଦ ଙ୍କ କାରକୁ ଅଟକାଇବା . ଧମକ ଦେବା ଅଭିଯୋଗରେ ପୋଲିସ ମାମଲା ରୁଜୁ କରିଛି । ଅଭିଯୁକ୍ତ ଚିହ୍ନଟ କରି କଠୋର କାର୍ଯ୍ୟନୁଷ୍ଠାନ ନେବା ପାଇଁ ପୋଲିସ ପ୍ରୟାସ ଆରମ୍ଭ କରିଛି । ଆକ୍ରମଣ ପରେ ବିଜେପି ସାଂସଦ ଟୁଇଟ କରି କହିଛନ୍ତି ଯେ ମୋ ବିରୋଧରେ ଟିଆରଏସ ର ଷଡଯନ୍ତ୍ରପୁର୍ଣ ଆକ୍ରମଣ । ଲୋକେ ବନ୍ୟାଞ୍ଚଳରୁ ସାହାର୍ଯ୍ୟ ମାଗୁଥିବା ବେଳେ ଟିଆରଏସ ସରକାର ମୁଁ ମୋ କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ଆକ୍ରମଣ ଯୋଜନା କରିବା ପାଇଁ ଫୁରସତ ମିଳିଛି । ଗୋଦାବରୀ ନଦୀ ପାଖେର ଥିବାରୁ ଅଧିକାଶଂ ସମୟରେ ଗାଁ ରେ ବନ୍ୟା ଜଳ ପ୍ରବେଶ କରିଥାଏ ।

ଦୀର୍ଘଦିନରୁ ଆଶ୍ରୟ ସ୍ଥଳ ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରୁଛନ୍ତି । କିନ୍ତୁ ସେମାନଙ୍କ ଦାବି ପୁରଣ ହେଉନଥିବାରୁ ଜନଆକ୍ରୋଶର ଶିକାର ହୋଇଛନ୍ତି ସାଂସଦ । ଖାଲି ସାଂସଦ ନୁହଁନ୍ତି ଜଣେ ସ୍ଥାନୀୟ ବିଧାୟକଙ୍କୁ ଗାଁ ରେ ପ୍ରବେଶ କରିବା ପାଇଁ ଲୋକ ମାନେ ବାରଣ କରିଥିଲେ । ଲୋକ ପ୍ରତିନିଧି ମାନଙ୍କ ଉପରେ ନିଜର ରାଗ ଶୁଝାଉଛନ୍ତି ସ୍ଥାନୀୟ ବାସିନ୍ଦା ନିଜ ସମସ୍ୟା ସମାଧାନ ନହେବାରୁ ।

  • ସ୍ମରଜିତ୍ ଆର୍ଯ୍ୟଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button