ରାଜନୀତି

ଆପରୁ ବହିଷ୍କୃତ ଉଧମପୁର ବିଧାୟକ ବିଜେପିରେ ସାମିଲ

ନୂଆଦିଲ୍ଲୀ: ଜମ୍ମୁର ଆମ ଆଦମୀ ପାର୍ଟିର ପୂର୍ବତନ ଉଧମପୁର ବିଧାୟକ ବଲୱନ୍ତ ସିଂହ ମଙ୍କୋଟିଆ ଗୁରୁବାର ବିଜେପିରେ ସାମିଲ ହୋଇଛନ୍ତି। ବିଜେପିରେ ସାମିଲ ହେବାର କିଛି ଦିନ ପୂର୍ବରୁ ବଲୱନ୍ତ ଆପରୁ ବହିଷ୍କୃତ ହୋଇଥିଲେ।

ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ବଲୱନ୍ତଙ୍କୁ ଗତ ୨୩ ତାରିଖରେ ଦଳରୁ ବହିଷ୍କାର କରାଯାଇଥିଲା। ତାଙ୍କ ବହିଷ୍କାର ପତ୍ରରେ ଉଲ୍ଲେଖ କରାଯାଇଥିଲା କି, ସେ ଦଳ ବିରୋଧରେ ଜମ୍ମୁ କାଶ୍ମୀରରେ ଅନ୍ୟ ଜାତୀୟ ଓ ଆଞ୍ଚଳିକ ରାଜନୈତିକ ପାର୍ଟି ସହ ସମ୍ପର୍କରେ ରହିଛନ୍ତି ଓ ଅନ୍ୟ ଦଳର କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରୁଛନ୍ତି। ଗତ ୩ ମାସରେ ତାଙ୍କୁ ଦଳ ତରଫରୁ ଦିଆଯାଉଥିବା କାର୍ଯ୍ୟରେ ସେ ଅବହେଳା କରିଛନ୍ତି ବୋଲି ଆପର ନିର୍ବାଚନ ଅଧିକାରୀ ହରଜୋତ ସିଂହ ବାଇନ ଚିଠିରେ ଉଲ୍ଲେଖ କରିଥିଲେ।

Related Articles

Leave a Reply

Your email address will not be published.

Back to top button