ରାଜନୀତି

ପଦରୁ ହଟିଲେ ଗୋଆ ବିଧାନସଭା ବିରୋଧୀ ଦଳ ନେତା

ପାନାଜୀ: ମହାରାଷ୍ଟ୍ର ସ୍ଥିତି ଗୋଆରେ ସୃଷ୍ଟି ହେବା ଆଶଙ୍କା। ଗୋଆ କଂଗ୍ରେସର ୯ ବିଧାୟକ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଛି। ଗୋଆର ବିଧାନସଭାରେ ୪୦ ସିଟ ଥିବା ବେଳେ କଂଗ୍ରେସକୁ ହାସଲ ହୋଇଥିଲା ୧୧ଟି। ମୋଟ ୧୧ କଂଗ୍ରେସ ନେତାଙ୍କ ମଧ୍ୟରୁ ୯ ଦଳ ଛାଡିବା ପରେ ଦଳରେ ମାତ୍ର ୨ ବିଧାୟକ ରହିଯିବା ଆକଳନ କରାଯାଉଛି। ଗୋଆ ବିଧାନସଭାରେ ୧୧ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୮ ବିଧାୟକ ନୂଆ ନିର୍ବାଚିତ ହୋଇଥିଲେ। ଏହି ମାନେ ସତ୍ତାକୁ ଆସିବାକୁ ବିଜେପି ସହ ଯୋଡି ହୋଇଥିବା କୁହାଯାଉଛି।    କିନ୍ତୁ ଦଳ ପ୍ରାରମ୍ଭିକ ଅବସ୍ଥାରେ  ଏହି ଚର୍ଚ୍ଚାକୁ ଖଣ୍ଡନ କରିଥିବା ବେଳେ ପରବର୍ତ୍ତୀ ସମୟରେ ଗୋଆ ଏଆଇସିସି ମୁଖ୍ୟ ଦିନେସ ଗୁଣ୍ଡୁ ରାଓ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ବିଧାୟକଙ୍କୁ ହାଇଜାକ କରିବାକୁ ଦଳର ୨ ଜଣ ନେତା ଦିଗମ୍ବର କାମାତ ଓ ବିଧାନସଭାର ବିରୋଧୀ ଦଳ ନେତା ମିଚେଲ ଲୋବୋ ବିଜେପି ସହ ମିଶି ଷଡଯନ୍ତ୍ର କରିଛନ୍ତି। ତେଣୁ ମିଚେଲଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଥିବା ରାଓ କହିଛନ୍ତି।

ରବିବାର ହୋଇଥିବା ସାମ୍ବାଦିକ ସମ୍ମିଳନୀର କିଛି ସମୟ ପୂର୍ବରୁ ଦିନେଶ ଗୁଣ୍ଡୁ ରାଓଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ଏହି ଚର୍ଚ୍ଚାକୁ ଅପପ୍ରଚାର କହିଛନ୍ତି। ଏହାରି ମଧ୍ୟରେ ଗୋଆ ବିଧାନସଭା ଅଧ୍ୟକ୍ଷ ରମେଶ ତାବଡକର ରବିବାର ଡେପୁଟି ସ୍ପିକର ପଦ ପାଇଁ ନିର୍ବାଚନ ଘୋଷଣାର ଅଧିସୂଚନାକୁ ରଦ୍ଦ କରିଦେଇଛନ୍ତି। ଏହି ନିର୍ବାଚନ ଆସନ୍ତା ଜୁଲାଇ ୧୨ରେ ହେବାକୁ ଥିଲା।

Related Articles

Leave a Reply

Your email address will not be published.

Back to top button