ଜାତୀୟରାଜନୀତି

କଂଗ୍ରେସକୁ ଶକ୍ତ ଧକ୍କା

ପାନାଜି: କଂଗ୍ରେସ ମୁକ୍ତ ଭାରତ ଗଠନ କରିବା ପାଇଁ ବିଜେପି ଏକ ପ୍ରକାର ଶପଥ ନେଇଛି । ଏହି ପରିପ୍ରେକ୍ଷୀରେ ଆରମ୍ଭ ହୋଇଛି ଅପରେସନ କ୍ଲିନ । ମହାରାଷ୍ଟ୍ର ପରେ ଏବେ ଗୋଆରେ ଦେଖା ଦେଇପାରେ ଦଳବଦଳ ନାଟକ । ଗୋଆରେ ରାଜ୍ୟ କଂଗ୍ରେସକୁ ଲାଗି ପାରେ ଶକ୍ତ ଧକ୍କା । ଦଳର ୧୧ ବିଧାୟକଙ୍କ ମଧ୍ୟରୁ ୯ ବିଧାୟକ ବିଜେପିରେ ଯୋଗ ଦେଇପାରନ୍ତି । ଏ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇସାରିଛି ।

ଏହି ଘଟଣା ସମ୍ପର୍କରେ ସୁରାକ ମିଳିବା ପରେ ଗୋଆ ବ୍ୟାପରରେ ଥିବା କଂଗ୍ରେସ ନେତା ଦିନେଶ ଗୁଣ୍ଡାରାଓ ପାନାଜୀ ଯାଇଛନ୍ତି । ଦଳରେ କୌଣସି ପ୍ରକାର ଫାଟ ନାହିଁ ବୋଲି କହିଛନ୍ତି ଗୁଣ୍ଡାରାଓ । ତେବେ ଆସନ୍ତାକାଲି ଗୋଆରେ ବିଧାନସଭା ଆରମ୍ଭ ହେବାକୁ ଯାଉଥିବା ବେଳେ କଂଗ୍ରେସର ଏହି ହଟଚମଟ ସୃଷ୍ଟି କଲା ଭଳି ଖବରକୁ ନେଇ ଗୋଆ ରାଜନୀତି ଚଳଚଞ୍ଚଳ ହୋଇଉଠିଛି । ୪୦ ଆସନ ବିଶିଷ୍ଠ ଗୋଆ ବିଧାନସଭାରେ ବିଜେପିର ୨୦ ସହଯୋଗୀ ଏମଜିପିର ୨, କଂଗ୍ରେସର ୧୧, ଜିଏଫପିର ଜଣେ, ଆପ୍‌ର ୨ ଓ ଆରଜିପିର ଜଣେ ବିଧାୟକ ଅଛନ୍ତି । ବର୍ତ୍ତମାନ ସମସ୍ତଙ୍କ ନଜର ରହିଛି ଗୋଆ ଉପରେ । ମହାରାଷ୍ଟ୍ରରେ ସଫଳ ହେବା ପରେ ଗୋଆ ଉପରେ ପୁନର୍ବାର ପରୀକ୍ଷା କରୁଛି ବିଜେପି । ଯଦି ଗୋଆରେ ଅପରେସନ ସଫଳ ହୁଏ ତେବେ ଆଗାମୀ ଦିନରେ ପୂର୍ବ ଭାରତକୁ ଗୁରୁତ୍ବ ଦେଉଥିବା ବିଜେପି ଅନ୍ୟ କେଉଁ ରାଜ୍ୟକୁ ଟାର୍ଗେଟ କରିବ ତାହା ଉପରେ ସମସ୍ତଙ୍କ ନଜର । ୨୦୧୪ ରେ କେନ୍ଦ୍ରରେ ବିଜେପି ଶାସନ କରିବା ପରଠାରୁ ଓଡିଶାକୁ ଅନେକ ଗୁରୁତ୍ବ ଦିଆଯାଇଛି ।

ସ୍ମରଜିତ୍ ଆର୍ଯ୍ୟଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button