ଓଡ଼ିଶା

ବାହାନଗା ରେଳ ଦୁର୍ଘଟଣାରେ ଆଉ ଜଣେ ଆହତଙ୍କ ମୃତ୍ୟୁ

ଭୁବନେଶ୍ୱର : ବାହାନଗା ରେଳ ଦୁର୍ଘଟଣାରେ ଆଉ ଜଣେ ଆହତଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ବିହାର ଅଞ୍ଚଳର ସୋହେଲ ମନସୁର । କଟକ ଏସ୍ ସି ବି ଟ୍ରମା ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଏହାସହ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୨୯୧କୁ ବୃଦ୍ଧି ପାଇଛି ।

ଗତକାଲି ବିହାରର ବାସିନ୍ଦା ୧୭ ବର୍ଷୀୟ ପ୍ରକାଶ ରାମଙ୍କର ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ଏହା ପୂର୍ବରୁ ବିହାରର ବିଜୟ ପାଶୱାନ ନାମକ ଜଣେ ଆହତଙ୍କର ଏସସିବିରେ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାସ୍ଥଳରୁ ୨୮୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏସସିବିରେ ଆଉ ୩ ଜଣଙ୍କ ମୃତ୍ୟୁ ଘଟି ସାରିଲାଣି ।

ସୂଚନାଯୋଗ୍ୟ ଯେ ଗତ ୨ ତାରିଖ ଦିନ ବାଲେଶ୍ୱର ଜିଲ୍ଲା ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ୍, ଯଶୋବନ୍ତପୁର-ହାୱଡା ଏକ୍ସପ୍ରେସ୍ ଓ ମାଲଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

Leave a Reply

Your email address will not be published.

Back to top button