ଅପରାଧଜାତୀୟ

ନିଖୋଜର ୫ ଦିନ ପରେ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

ଆଜମ ଗଡ: ୟୁପିର ଆଜମଗଡରେ ହୃଦୟବିଦାରକ ଘଟଣା। ପାର୍ଲର ଟ୍ରେନିଂ ନେଉଥିବା ଜଣେ ଛାତ୍ରୀଙ୍କ ମୃତଦେହ  ଅତରୌଲିଆ ଥାନା ଅନ୍ତର୍ଗତ ଭଦୌରାର ମଝୌଲି ଗାଁ ନିକଟ ଏକ ବୁଦା ମୂଳରୁ ଉଦ୍ଧାର ହୋଇଛି। ମୃତଦେହ ଯିଏ ଦେଖୁଛି ତାର ଲୋମ ଟାଙ୍କୁରି ଉଠୁଛି। ଛାତ୍ରୀ ଜଣକ ୫ ଦିନ ତଳେ ନିଖୋଜ ହୋଇଯାଇଥିଲେ। ମୃତଦେହ ମିଳିବା ପରେ ପୁଲିସ ଓ ଫରେନ୍ସିକ ଟିମ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଯାଞ୍ଚ କରୁଛି।  

ଗ୍ରାମୀଣ ଏସପିଙ୍କ ମୁତାବକ, ଅତରୌଲିଆ ଥାନା ଅନ୍ତର୍ଗତ ଜଣେ ଛାତ୍ରୀ ବ୍ୟୁଟି ପାର୍ଲର ଟ୍ରେନିଂ ନେଉଥିଲେ। ପରିବାର ଦାରିଦ୍ର୍ୟ ହଟାଇବାକୁ ଆପ୍ରାଣ ଉଦ୍ୟମ ଚଳାଇଥିଲା ମୃତା ଛାତ୍ରୀ। କିନ୍ତୁ ଗତ ୧୫ ତାରିଖରୁ ଛାତ୍ରୀ ନିଖୋଜ ହୋଇ ଯାଇଥିଲା। ବହୁ ଖୋଜାଖୋଜି ପରେ ୧୯ ତାରିଖରେ ଥାନାରେ ଛାତ୍ରୀଙ୍କ ପିତା ଅଭିଯୋଗ କରିଥିଲେ। ଛାତ୍ରୀ ନିଖୋଜ ଥିବା ନେଇ ପରିବାର ଲୋକେ ପୁଲିସକୁ କହିଥିଲେ।

 କିନ୍ତୁ ଗୁରୁବାର ଦିନ ଏକ ବୁଦା ମୂଳରୁ ଛାତ୍ରୀର କ୍ଷତବିକ୍ଷତ ଶରୀର ଠାବ ହୋଇଥିଲା। ମୃତଦେହ ସହ ଅତ୍ୟନ୍ତ ବର୍ବରତା ସହ ବ୍ୟବହାର କରିଛି ଦୁର୍ବୃତ୍ତ। ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ରହିଛି। ପୁଲିସ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ଓ ତଦନ୍ତ ଆରମ୍ଭ କରିଛି।

Related Articles

Leave a Reply

Your email address will not be published.

Back to top button