ରାଜନୀତିରାଜ୍ୟ

ମହାରାଷ୍ଟ୍ର ମହାନାଟକ…ଏକନାଥ ସିନ୍ଧେ ହେବେ ମୁଖ୍ୟମନ୍ତ୍ରୀ

ମହାରାଷ୍ଟ୍ର ରାଜନୀତି ରେ ଶେଷ ହୋଇଛି ଗୋଟିଚାଳନା l ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଧେ ମୁମ୍ବାଇରେ ଆଜି ପହଞ୍ଚି ଅପରାହ୍ନ ରେ ରାଜ୍ୟପାଳ ଙ୍କୁ ଦେଖାକରିବାପରେ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ଓ ଏକନାଥ ସିନ୍ଧେ ଏକ ମିଳିତ ପ୍ରେସ କନଫରେନ୍ସ କରିଛନ୍ତି l ଏତେଦିନରୁ ଚାଲିଥିବା ତର୍କ ବିତର୍କ ର ଅନ୍ତଘଟାଇ ଏକନାଥ ସିନ୍ଧେ ନୂଆ ମୁଖ୍ୟମନ୍ତ୍ରୀ ହେବେବୋଲି ଦେବେନ୍ଦ୍ର ଫଡନାଭିସ ସୂଚନା ଦେଇଛନ୍ତି l ନୂଆ ମନ୍ତ୍ରୀମଣ୍ଡଳ ର ଲିଷ୍ଟ ତିଆରି ହୋଇଥିବା ସୂଚନା ମଧ୍ୟ ମିଳିଛି l ଏକନାଥ ମୁଖ୍ୟମନ୍ତ୍ରୀ ଓ ଦେବେନ୍ଦ୍ର ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ବିଶେଷ ସୂତ୍ରରୁ ସୂଚନା ଥିବାବେଳେ ଆଜି ସନ୍ଧ୍ୟା ରେ ଏକନାଥ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେବୋଲି ରାଜନୀତିକ ମହଲ ରେ ଚର୍ଚ୍ଚା l

ଅଭିଷେକ ପୁରୋହିତଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button