ଆରପାରିରେ ବଲିଉଡ ଆକ୍ଟର ମିଥିଲେଶ ଚର୍ତୁବେଦି

ହିନ୍ଦୀ ଫିଲ୍ମର ଜଣାଶୁଣା ଆକ୍ଟର ମିଥିଲେଶ ଚର୍ତୁବେଦିଙ୍କ ଦେହାନ୍ତ ହୋଇଛି। ଅଗଷ୍ଟ ୩ ତାରିଖ ସନ୍ଧ୍ୟା ସମୟରେ ତାଙ୍କର ମୃତ୍ୟୁ ଘଟିଛି। ସେ ବହୁ ଦିନ ହେବ ହୃଦଘାତ ରୋଗରେ ପୀଡିତ ଥିଲେ। ମିଥିଲେଶ ତାଙ୍କର ଶେଷ ନିଶ୍ୱାସ ଲୌକ୍ଷ୍ନୋରେ ତ୍ୟାଗ କରିଛନ୍ତି। ସୂଚନା ଅନୁଯାୟୀ, ତାଙ୍କୁ ହାର୍ଟ ଆର୍ଟକ ଆସିଥିଲା, ପରେ ତାଙ୍କୁ ତାଙ୍କ ନିଜ ସହରକୁ ଚିକିତ୍ସା ପାଇଁ ସ୍ଥାନନ୍ତର କରାଯାଇଥିଲା। ସୋସିଆଲ ମିଡିଆରେ ତାଙ୍କର ଜ୍ୱାଇଁ ଆଶିଷ ଚତୁର୍ବେଦୀ ଏନେଇ ସୂଚନା ଦେଇଛନ୍ତି।
ଆକ୍ଟର ମିଥଲେଶ ଚତୁର୍ବେଦୀଙ୍କ ଦେହାନ୍ତ ଖବର ଶୁଣିବା ପରେ ବଲିଉଡ ଇଣ୍ଡ୍ରଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ମିଥଲେଶ ତାଙ୍କ ବଲିଉଡ୍ ଫିଲ୍ମ କ୍ୟାରିୟରରେ ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି। ସେ ସନି ଦିୱଲଙ୍କ ଫିଲ୍ମ ଗଦର: ‘ଏକ ପ୍ରେମ କଥା’, ମନୋଜ ବାଜପେୟୀଙ୍କ ‘ସତ୍ୟା’, ଶାହାରୁଖ ଖାନଙ୍କ ‘ଅଶୋକା’, ସମେତ ‘ତାଲ’, ‘ବଣ୍ଟି ଅର ବବିଲି’, ‘କୃଷ୍ଣା’ ଏବଂ ‘ରେଡ୍ଡି’ ଫିଲ୍ମରେ ତାଙ୍କର ଚମତ୍କାର ଅଭିନୟ ଦେଖିବାକୁ ମିଳିଥିଲା। କିନ୍ତୁ ସେ ଫିଲ୍ମ ‘କୋଇ ମିଲଗେୟା’ରୁ ଅଧିକ ଲୋକପ୍ରିୟତା ହାସଲ କରିଥିଲେ। ଏହି ଫିଲ୍ମରେ ସେ ହ୍ରିତିକ୍ ରୋଶନଙ୍କ କମ୍ପୁଟର ଶିକ୍ଷକ ଭୂମିକାରେ ଅଭିନୟ କରିଥିଲେ।
ଖବର ମୁତାବକ, ମିଥୀଲେଶଙ୍କୁ କିଛି ଦିନ ପୂର୍ବରୁ ‘ଟଲି ଯୋଡି’ ନାମକ ଏକ ୱେବ୍ ସିରିଜରେ କାମ ମିଳିଥିଲା। ଏହି ସିରିଜିରେ ତାଙ୍କ ସହିତ ମାନିନି ଦେ ନଜର ଆସିଥାନ୍ତେ। ବଲିଉଡର ଫିଲ୍ମ ସହିତ ମିଥିଲେଶ ଥିଏଟରରେ ମଧ୍ୟ କାମ କରିଥିଲେ। ଥିଏଟରରେ ତାଙ୍କର ଅବଦାନକୁ ବହୁତ ପ୍ରଶଂସା କରାଯାଉଛି। ଜଣେ ମହାନ୍ କଳାକାର ଆମ ସହିତ ଆଉ ନାହାନ୍ତି। ସେ ସବୁଦିନ ପାଇଁ ଦୁନିଆକୁ ଅଲ୍ଲବିଦା କହିଛନ୍ତି।
ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ