ଅପରାଧ

୩ ବାଇକ୍ ସହ ୫୦ ହଜାର ଟଙ୍କାର କାଠ ଜବତ : ଜଣେ ଗିରଫ

ଜୟପୁର : ଜୟପୁର ବନାଞ୍ଚଳ ତରଫରୁ ପେଟ୍ରୋଲିଂ ବେଳେ ଚୋରା କାଠ ଜବତ କରାଯିବା ସହ ଘଟଣାରେ ଜଣକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଜଣକ ହେଲା କୁନ୍ଦୁରା ପାଖନାଗୁଡାର ଦାମୋଦର ଦୁରୁଆ । ଜୟପୁର ବନାଞ୍ଚଳ ଅଧିକାରି ସଚିଦା ନନ୍ଦ ପରିଡାଙ୍କ ସୂଚନା ଅନୁଯାୟୀ, ଜୟପୁର ବନାଞ୍ଚଳ ତରଫରୁ ପେଟ୍ରୋଲିଂ ଚାଲୁଥିବା ବେଳେ ୩ଟି ବାଇକରେ ୬ ଜଣ ବସି ଚୋରା କାଠ ଧରି କୁନ୍ଦୁରା ଠାରୁ ଜୟପୁର ଅଭିମୁଖେ ଆସୁଥିବା ବେଳେ ଚଢଉ କରାଯାଇଛି । ବନ ବିଭାଗ ତରଫରୁ ଘାଟବାଗ୍ରା ନିକଟରେ ଚଢଉ କରାଯାଇଥିବା ବେଳେ ବନ ବିଭାଗ କର୍ମଚାରୀଙ୍କୁ ଦେଖି ୫ ଜଣ କାଠ ଚାଲାଣକାରୀ ଚମ୍ପଟ ମାରିଥିବା ବେଳେ ଜଣକୁ ଗିରଫ କରିବାରେ ସଫଳ ହୋଇଛି ବିଭାଗ । ବନ ବିଭାଗ ଚଢଉ କରି ୧୮ଟି ଶାଳ ସାଇଜ, ୧୪ଟି ବିଜା ପଟା ସହ ୩ଟି ବାଇକକୁ ଜବତ କରିଛି । ଜବତ କାଠର ମୂଲ୍ୟ ୫୦ ହଜାର ଟଙ୍କା ହେବ ବୋଲି ବନାଞ୍ଚଳ ଅଧିକାରି ଶ୍ରୀ ପରିଡା ସୂଚନା ଦେଇଛନ୍ତି । ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରାଯାଇଛି ।

ଏହି ଚଢଉରେ ବନାଞ୍ଚଳ ଅଧିକାରି ସଚିଦା ନନ୍ଦ ପରିଡା, ଫରେଷ୍ଟର ରଞ୍ଜିତା ନାୟକ, ସୁଶିଳ ମହାନ୍ତି, ଅରୁଣ ଜେନା, ଫରେଷ୍ଟ ଗାର୍ଡ ଅନିଲ ଦାସ, ଗୌତମ ସ୍ୱାଇଁ, ସିଏଚ କାଲୋ କଳ୍ପନା ନାୟକଙ୍କ ସହ ପାରା ଷ୍ଟାଫ ଉପସ୍ଥିତ ଥିଲେ ।

Related Articles

Leave a Reply

Your email address will not be published.

Back to top button