ଅପରାଧ

ସ୍ତ୍ରୀ ସମ୍ମୁଖରେ ନାବାଳିକାକୁ ଦୁଷ୍କର୍ମ ମାମଲାର ରାୟ, ସ୍ୱାମୀ ଓ ସ୍ତ୍ରୀକୁ ଦଣ୍ଡିତ କଲେ କୋର୍ଟ

ଜୟପୁର : ସ୍ତ୍ରୀ ସମ୍ମୁଖରେ ନାବାଳିକାକୁ ସ୍ୱାମୀ ଦୁଷ୍କର୍ମ କରିଥିବା ମାମଲାର ରାୟ ପ୍ରକାଶ ପାଇଛି । ଜୟପୁର ସ୍ଥିତ ପୋକ୍ସୋ କୋର୍ଟରେ ରାୟ ପ୍ରକାଶ ପାଇଛି । ସ୍ୱାମୀ ଓ ସ୍ତ୍ରୀ କୁ ଦଣ୍ଡିତ କରିଛନ୍ତି କୋର୍ଟ । ୨୦୧୬ ମସିହାରେ ବି ସିଂପୁର ଥାନା ଅଞ୍ଚଳରେ ଘଟିଥିବା ଅପହରଣ ଓ ଦୁଷ୍କର୍ମ ମାମଲାର ବିଚାର କରି ପୋକ୍ସୋ କୋର୍ଟ ଜୟପୁର ୧୫ ଜଣ ସାକ୍ଷ୍ୟ ପ୍ରମାଣ ଓ ଦସ୍ତାବିଜକୁ ଭିତ୍ତିକରି ରାୟର ଶୁଣାଣି କରିଛନ୍ତି । ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଗୌଡଗୁଡା ଗ୍ରାମର ମହେନ୍ଦ୍ର ସେଟ୍ଟି ଏଲିୟସ କୁନାଲ (୩୫)କୁ ଆଇପିସି ଧାରା ୩୭୬ (୨)(ଆଇ)ରେ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା, ଆଇପିସି ଧାରା ୩୬୩/ ୩୪ ରେ ୫ ବର୍ଷ ସଶ୍ରମ କାରାଦଣ୍ଡ ଓ ୫୦ ହଜାର ଟଙ୍କା ଜୋରିମାନା ଏବଂ ତାଙ୍କ ଅଭିଯୁକ୍ତ ସ୍ତ୍ରୀ ସଞ୍ଜୁ ଚେଟ୍ଟିଙ୍କୁ ଆଇପିସି ଧାରାରେ ୩୭୬ ରେ (୨)(ଆଇ)/୧୧୪ ରେ ୧୦ ବର୍ଷ ସଶ୍ରମ କାରାଦଣ୍ଡ ୧୦ ହଜାର ଟଙ୍କା ଜୋରିମାନା ଏବଂ ଆଇପିସିର ଧାରା ୩୬୬/ ୩୪ ରେ ୫ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୫ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଜୋରିମାନା ଟଙ୍କା ଅନାଦେୟ ହେଲେ ଦୁଇ ଦୋଷୀଙ୍କୁ ଅଧିକା ୯ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ରାୟ ଦେଇଛନ୍ତି କୋର୍ଟ । ସରକାରଙ୍କ ତରଫରୁ ଆଇନସେବା ପ୍ରଧିକରଣ ମାଧ୍ୟମରେ ପିଡିତାଙ୍କୁ କ୍ଷତି ପୁରଣ ଟଙ୍କା ୬ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଷ ଦେଇଛନ୍ତି । ଆଦାୟ ହେବା ଜୋରିମାନା ଟଙ୍କା ସରକାରଙ୍କୁ ଯିବ । ଭଭୟ ଦଣ୍ଡ ଏକା ସଙ୍ଗେ ଚାଲିବ ବୋଲି ରାୟ ରେ କୁହାଯାଇଛି । ୨୦୧୬ ମସିହାରେ ନାବାଳିକାର ଘରେ କେହି ନଥିବା ସମୟରେ କୁନାଲ ଚେଟ୍ଟିଙ୍କ ସ୍ତ୍ରୀ ନାବାଳିକାକୁ ଚପଲ କିଣି ଦେବି କହି ଘରୁ ଡାକି ନେଇ ନବରଙ୍ଗପୁର ଜିଲ୍ଲାର ଏକ ଲଜକୁ ଡାକି ନେଇ ସ୍ତ୍ରୀ ଉପସ୍ଥିତିରେ ସ୍ୱାମୀ ବଳାତ୍କାର କରିଥିଲେ । ନାବାଳିକା ଘରେ ଆସି କହିବା ପରେ ଜୟପୁର ମହିଳା ଥାନାରେ ଅଭିଯୋଗ ହୋଇଥିଲା ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀ ଓ ସ୍ତ୍ରୀକୁ ଗିରଫ କରି କୋର୍ଟ ଚାଲାଣ କରି ଚାର୍ଜସିଟ୍ଟ ଦାଖଲ କରିଥିଲା । ମାମଲାକୁ ପୋକ୍ସୋ କୋର୍ଟର ସ୍ୱତନ୍ତ୍ର ସରକାରୀ ଓକିଲ ଗାୟତ୍ରି ଦେବି ମାମଲା ପରିଚାଳନା କରିଥିଲେ ।

Related Articles

Leave a Reply

Your email address will not be published.

Back to top button