ରାଜନୀତିରାଜ୍ୟ

ଅଣବିଜେପି ନେତାଙ୍କ ବିରୋଧରେ ବିଜେପିର ଅଭିଯାନ ଅଭିଯୋଗ

ନୂଆଦିଲ୍ଲୀ: ବର୍ତ୍ତମାନ ବିଜେପି ଟାର୍ଗେଟରେ ଆମ ବିଜେପି ଶାସିତ ରାଜ୍ୟ। ମହାରାଷ୍ଟ୍ର ପରେ ଅନ୍ୟ ଅଣ ବିଜେପି ଶାସିତ ରାଜ୍ୟରେ କ୍ଷମତା ହାସଲ କରିବା ପାଇଁ ଚେଷ୍ଟା କରୁଛି ବିଜେପି । କୌଣସି ପ୍ରକାର ରାଜନୈତିକ ଅସ୍ତିରତା ସୃଷ୍ଟି କରି ଚାପ ପ୍ରୟୋଗ କରି ଶାସକ ଦଳ ହାତରୁ କ୍ଷମତାକୁ ଛଡାଇ ଆଣି ନିଜେ ଶାସନ ଭାର ସମ୍ଭାଳିବା ବିଜେପିର ଏକ ମାତ୍ର ଲକ୍ଷ୍ୟ ହୋଇଛି। ଏଥିପାଇଁ ଯାହା ଆବଶ୍ୟକ ସମସ୍ତ ପ୍ରକାର ସହଯୋଗ କେନ୍ଦ୍ରୀୟ ବିଜେପି ପକ୍ଷରୁ କରାଯାଉଛି। ଆବଶ୍ୟକ  କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ବିଭିନ୍ନ ସଂସ୍ଥାକୁ ମଧ୍ୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ପ୍ରୟୋଗ କରାଯାଉଛି। ମହାରାଷ୍ଟ୍ର ଏହାର ସଦ୍ୟତମ ଉଦାହରଣ । ଶିବସେନା ସରକାରକୁ ଭାଙ୍ଗି ଏକନାଥ ସିନ୍ଧେଙ୍କ ସହଯୋଗରେ ବିଜେପି ସରକାର ଗଠନ କଲା। ଏହା ପରେ ପରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେଲା। ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ କ୍ରସ ଭୋଟିଙ୍ଗ ହୋଇଛି। ତେଣୁ ସରକାର ବଦଳିବା ଆଶଙ୍କା ବଢିଥିଲା। ଏହା ମଧ୍ୟରେ ନଗଦ ଟଙ୍କା ସହ କୋଲକତାରୁ ଝାଡଖଣ୍ଡର ତିନି କଂଗ୍ରେସ  ବିଧାୟକ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଏବେ ୧୦ ଦିନିଆ ସିବିଆଇ ହେପାଜତରେ ରହିଛନ୍ତି। ଯଦିଓ ତିନି ବିଧାୟକଙ୍କୁ କଂଗ୍ରେସ ନିଲମ୍ବନ କରିଛି କିନ୍ତୁ କଂଗ୍ରେସ କହିଛି ଝାଡଖଣ୍ଡରେ ସରକାର ଭାଙ୍ଗିବାକୁ ଉଦ୍ୟମ କରୁଛି। କଂଗ୍ରେସ ତିନି ଜଣ ବିଧାୟକଙ୍କୁ ନିଲମ୍ବନ କରିବା ପରେ ଏପରି ବୟାନ ଦେଇଛନ୍ତି। ସେହପିରି ପଶ୍ଚିମବଙ୍ଗ ଶାସକ ଦଳ ଟିଏମସି ମଧ୍ୟ ସମାନ ଅଭିଯୋଗ କରିଛି। କେତେବେଳେ ସିବିଆଇକୁ ବ୍ୟବହାର କରି ଚାପ ପ୍ରୟୋଗ କରାଯାଉଛି ତ କେତେବେଳେ ଇଡିର ସହାୟତା ନେଇ ନେତା ମାନଙ୍କୁ ଭୟଭୀତ କରାଯାଉଛି। ଏହା ବିଜେପିର ଏକ ସାଧାରଣ ଚାଲ। ସିବିଆଇ ଓ ଇଡିକୁ ବ୍ୟବହାର କରି ବିଜେପି ରାଜନୈତିକ ଫାଇଦା ଉଠାଉଛି। ସିବିଆଇ ଓ ଇଡି ହେଉଛି କେନ୍ଦ୍ର ସରକାରଙ୍କ ହାତବାରିଶି। କିନ୍ତୁ ବିରୋଧୀଙ୍କ ଏହି ଅଭିଯୋଗକୁ ଖଣ୍ଡନ କରିଛି ବିଜେପି । ଝାଡଖଣ୍ଡରେ ଶାସକ ଜେଏମଏମ, କଂଗ୍ରେସ,  ଆରଜେଡି ମିଳିତ ସରକାରକୁ ଭାଙ୍ଗିବା ପାଇଁ ବିଜେପି ତଥା କେନ୍ଦ୍ର ଶାସକ ଦଳ ବିଧାୟକଙ୍କୁ ୧୦ କୋଟି ଟଙ୍କା ଏବଂ ମନ୍ତ୍ରୀ ପଦ ପାଇଁ ପ୍ରଲୋଭନ ଦେଖାଇଥିବା କୁହାଯାଉଛି । ଗିରଫ ହୋଇଥିବା ବିଧାୟକ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କୁ ଦେଖା କରିବାକୁ ଯାଉଥିଲେ ବୋଲି କୁହାଯାଉଛି। ତେବେ ହିମନ୍ତ କହିଛନ୍ତି, ସେ କଂଗ୍ରେସରେ ଥିଲେ । ତେଣୁ ଅନେକ ସମୟରେ  ସେ ଉଭୟ ଗୌହାଟି ଏବଂ ଦିଲ୍ଲୀରେ କଂଗ୍ରେସ ନେତାଙ୍କୁ ଭେଟିଛନ୍ତି । ମୋଟାମୋଟି ଭାବରେ ଦେଖିବାକୁ ଗଲେ କେନ୍ଦ୍ର ସରକାର ବା ବିଜେପି ସିବିଆଇ ଇଡିକୁ ବ୍ୟବହାର କରିବା କିଛି ନୂଆ କଥା ନୁହେଁ । କାରଣ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଇଡି  ସମନ କରିବା ଓ ହାଜର ହେବା ଘଟଣାରେ ସାରା  ଦେଶରେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ ହୋଇଛି । ସେହିପର ଓଡିଶା କଥା ଦେଖିଲେ ଚିଟଫଣ୍ଡ ଦୁର୍ନୀତିରେ ଓଡିଶାରେ କେତେବେଳେ ସିବିଆଇ ସୁପ୍ତ ହୋଇଯାଉଛି ତ ହଠାତ କେତେବେଳେ ଜାଗ୍ରତ ହୋଇଯାଉଛି । କିଛି ଦିନ ତଳେ ଇଡି ଓଡିଶାରେ ଜାଗ୍ରତ ହୋଇଉଠିଥିଲା। ତେଣୁ ବିଜେଡି ନେତା ତଥା ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳଙ୍କ ପ୍ରପଟି ଆଟାଚ କରିଚି ଇଡି । ପ୍ରଭାତ ବିଜେଡି ନେତା ହୋଇଥିବା ବେଳେ ତାଙ୍କ ପୁଅ ସୌଭିକ ବିଶ୍ବାଳ ବର୍ତ୍ତମାନ ବିଜେଡି ବିଧାୟକ ଅଛନ୍ତି । ଏ ସମସ୍ତ ଘଟଣାକୁ ଦେଖିଲେ ବିଜେପି କେନ୍ଦ୍ର ଅଧୀନସ୍ଥ ସଂସ୍ଥାକୁ ବ୍ୟବହାର କରିବା ଅଭିଯୋଗ କିଛି ନୁଆ ନୁହେଁ .

  • ସ୍ମରଜିତ ଆର୍ଯ୍ୟଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button