ରାଜନୀତି

ରାଜ୍ୟ କେନ୍ଦ୍ର କଳିରେ ଜନତା ଆବାସରୁ ବଞ୍ଚିତ: ସୁଦର୍ଶନ

ଭୁବନେଶ୍ୱର: ଓଡ଼ିଶାରେ ୧୨ ଲକ୍ଷ ୨୫ ହଜାର ଲୋକ ଆବାସ ଯୋଜନାରେ ଘର ପାଇବା ପାଇଁ ହକଦାର । ହେଲେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ କଳି ପାଇଁ ଏହି ଲୋକମାନେ ଘର ପାଇପାରୁନାହାନ୍ତି । ଏ ନେଇ ଓଡ଼ିଶାର ପଂଚୟିତରାଜ ମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ଙ୍କ ସହ ଆବାସ ଯୋଜନାକୁ ନେଇ ଆଲୋଚନା କରିଛନ୍ତି । ହେଲେ କେନ୍ଦ୍ର ମନ୍ତ୍ରୀଙ୍କ ଉତ୍ତର ମୁଖ୍ୟମନ୍ତ୍ରୀଙ୍କ ଲେଖା ନେଇକି ଆସ । ତା ପରେ ଘର ଦିଆଯିବ ।

ଗତ ୨ ବର୍ଷ ଧରି ପୋର୍ଟାଲ ଖୋଲି ନାହିଁ ଯେଉଁଥି ପାଇଁ ସାଧାରଣ ଲୋକ ଆବାସ ଯୋଜନାରେ ଘର ପାଇବାରୁ ବଞ୍ଚିତ ରହିଛନ୍ତି । ଏଇ ଯୋଜନାକୁ ନେଇ ଗତ ଦୁଇ ବର୍ଷ ଧରି ରାଜ୍ୟ କେନ୍ଦ୍ର ଭିତରେ କଳି ଲାଗି ରହିଛି । କେନ୍ଦ୍ରମନ୍ତ୍ରୀଙ୍କ ଅଧିକାର ନାହିଁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଲେଖିକି ଆଣିଲେ ଆବାସ ଯୋଜନାରେ ଘର ଦିଆଯିବ ନିର୍ଦେଶ ଦେବା ପାଇଁ ।

ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ ଏହି ଦେଶରେ କୌଣସି ଗରିବ କଚା ଘରେ ରହିବ ନାହିଁ । ସମସ୍ତଙ୍କୁ ମିଳିବ ପକା ଘର । କେନ୍ଦ୍ର ମନ୍ତ୍ରୀଙ୍କ ଏତାଦୃଶ ନିର୍ଦ୍ଦେଶକୁ କଂଗ୍ରେସ ନାପସନ୍ଦ କରିଛି । ଏହା ଆମ ସଂଘୀୟ ବ୍ୟବସ୍ଥା ପ୍ରତି ଅବମାନନା । ଅନ୍ୟପଟେ ରାଜ୍ୟ କଂଗ୍ରେସ ପକ୍ଷରୁ ଦାବି ହୋଇଛି କି, ଆବାସ ଯୋଜନାର କାର‌୍ୟ୍ୟକାରିତା ଉପରେ ରାଜ୍ୟ ସରକାର ଶ୍ୱେତ ପତ୍ର ଓଡିଶା ଲୋକଙ୍କ ପାଖରେ ରଖିବାକୁ ବୋଲି ସୂଚନା ଦେଇଛନ୍ତି କଂଗ୍ରେସ ନେତା ସୁଦର୍ଶନ ଦାସ ।

Related Articles

Leave a Reply

Your email address will not be published.

Back to top button