ଅପରାଧଓଡ଼ିଶା

ଦୁର୍ନୀତି ଅଭିଯୋଗରେ ଚାକିରୀରୁ ବିଦା ହୋଇଥିବା ପ୍ରଶାନ୍ତ ରାଉତ ରିମାଣ୍ଡରେ

ଭୁବନେଶ୍ୱର : ଦୁର୍ନୀତି ଅଭିଯୋଗରେ ଚାକିରୀରୁ ବିଦା ହୋଇଥିବା ପ୍ରଶାନ୍ତ ରାଉତଙ୍କୁ ଭିଜିଲାନ୍ସ ପାଞ୍ଚ ଦିନିଆ ରିମାଣ୍ଡରେ ନେଇଥିବା ଜଣା ପଡିଛି । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା ।

ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ଗତ କାଲି ରାଜ୍ୟ ସରକାର ନବରଙ୍ଗପୁରର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିଲେ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ ପରେ ପ୍ରଶାନ୍ତଙ୍କ ଘରୁ ନଗଦ ୩ କୋଟି ଟଙ୍କା ସହ ୫ କୋଟିରୁ ଅଧିକ ସମ୍ପତ୍ତି ମିଳିଥିଲା । ଆୟଠାରୁ ୫୦୦%ରୁ ଅଧିକ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ । କେବଳ ତାଙ୍କ ଠାରୁ ୩ କୋଟିରୁ ଉର୍ଧ ନଗଦ ଟଙ୍କା ଭିଜିଲାନ୍ସ ଜବତ କରିଥିଲା ।

Leave a Reply

Your email address will not be published.

Back to top button