ଜାତୀୟ

ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରାନ୍ତ ପ୍ରଚାରକ ବୈଠକ ୧୩ ରୁ ୧୫ ତାମିଲନାଡ଼ୁର ଉଟିରେ

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ)ର ଅଖିଳ ଭାରତୀୟ ପ୍ରାନ୍ତ ପ୍ରଚାରକ ବୈଠକ ଜୁଲାଇ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ତାମିଲନାଡ଼ୁର ନୀଳଗିରି ଜିଲ୍ଲା ଅନ୍ତର୍ଗତ ଉଟିରେ ଅନୁଷ୍ଠିତ ହେବ ।

ସଂଘର ଅଖିଳ ଭାରତୀୟ ପ୍ରଚାର ପ୍ରମୁଖ ସୁନିଲ ଆମ୍ବେଦକର ମଙ୍ଗଳବାର ଏନେଇ ସୂଚନା ଦେଇ କହିଛନ୍ତି ଯେ, ଏହି ବାର୍ଷିକ ବୈଠକ ମୁଖ୍ୟତଃ ସାଂଗଠନିକ ବିଷୟରେ ଆଲୋଚନା କରିବା ପାଇଁ ପ୍ରତିବର୍ଷ ଆୟୋଜିତ ହୋଇଥାଏ । ଏହି ବୈଠକରେ ସର ସଂଘଚାଳକ ଡଃ. ମୋହନ ଭାଗବତ, ସରକାର୍ଯ୍ୟବାହ ଦତାତ୍ରେୟ ହୋସବାଲେଙ୍କ ସହିତ ସମସ୍ତ ସହ ସରକାର୍ଯ୍ୟବାହ ଡଃ. କୃଷ୍ଣ ଗୋପାଳ, ଡଃ. ମନମୋହନ ବୈଘ, ସିଆର ମୁକୁନ୍ଦ, ଅରୁଣ କୁମାର ଏବଂ ରାମଦତ ପ୍ରମୁଖ ଉପସ୍ଥିତ ରହିବେ ।

Related Articles

Leave a Reply

Your email address will not be published.

Back to top button