BhadrakLatest Newsଓଡ଼ିଶା

ଯୋଜନା ନାଁରେ ହରିଲୁଟ, ବିଧାୟକଙ୍କ ପାଣ୍ଠିରୁ ୧ ଲକ୍ଷ ଟଙ୍କା ହଡପ ଅଭିଯୋଗରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ 

ଭଦ୍ରକ – ଗ୍ରାମା ଳର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନାମାନ କାର୍ଯ୍ୟକାରୀ କରୁଛନ୍ତି । ତେବେ ଏହି ଜନକଲ୍ୟାଣକାରୀ ଯୋଜନା ନାରେ ହରିଲୁଟ ଚାଲିଛି । ଏହି ହରିଲୁଟର ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ବ୍ଳକ୍ ଅନ୍ତର୍ଗତ କେଦାରପୁର ଗ୍ରାମ ପଂଚାୟତରେ। ଏହି ପଂଚାୟତ ଅଧୀନସ୍ଥ ଦଶ ଘରିଆ ଠାରେ ଲୋକଙ୍କ ଦ୍ୱାରା ନିର୍ମିତ ହନୁମାନ ମନ୍ଦିରକୁ ହନୁମାନ କମ୍ୟୁନିଟି ସେ ର ଭାବେ ଦର୍ଶାଇ ବିଧାୟକ ପାଣ୍ଠିରୁ ୧ ଲକ୍ଷ ଟଙ୍କା ହଡପ କରାଯାଇଥିବା ସଂପର୍କରେ ଗ୍ରାମବାସୀମାନେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ଫର୍ଦ୍ଦରେ ଦର୍ଶାଯାଇଛି ଯେ ୩ ବର୍ଷ ପୂର୍ବରୁ ଗାଁ ଲୋକଙ୍କ ବ୍ୟକ୍ତିଗତ ଅର୍ଥଦାନରେ ଏଠାରେ ହନୁମାନ ମୂର୍ତୀ ସହ ଏକ ମନ୍ଦିର ନିର୍ମାଣ କରାଯାଇଥିଲା । ପରବର୍ତୀ ସମୟରେ ସୂଚନା ଅଧିକାର ଆଇନ୍ ମାଧ୍ୟମରେ ଗ୍ରାମବାସୀମାନେ ଜାଣିବାକୁ ପାଇଲେ ଯେ ଏହି ପଂଚାୟତର ପୂର୍ବତନ ସରପ ଭଦ୍ରକ ବିଧାୟକ ପାଣ୍ଠିରୁ ୧ ଲକ୍ଷ ଟଙ୍କା ମଂଜୁର କରାଇ ଗ୍ରାମବାସୀଙ୍କ ଦ୍ୱାରା ନିର୍ମିତ ଏହି ହନୁମାନ ମନ୍ଦିରଟିକୁ ହନୁମାନ କମ୍ୟୁନିଟି ସେ ର ଦର୍ଶାଇ ସଂପୂର୍ଣ୍ଣ ବିଲ୍ ଉଠାଇ ନେଇଛନ୍ତି । ଏହି ୧ ଲକ୍ଷ ଟଙ୍କାକୁ ପଂଚାୟତ ସମିତିର ପ୍ରଶାସନିକ ଅଧିକାରୀଙ୍କ ଠାରୁ  ଆରମ୍ଭ କରି ସରକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ନିର୍ବାହୀ ଅଧିକାରୀ ଉଠାଣ କରି ହଡପ କରିଥିବାର ଅଭିଯୋଗ କରିଛନ୍ତି । ପଂଚାୟତ ନିର୍ବାହୀ ଅଧିକାରୀଙ୍କ ନାମରେ କାର୍ଯ୍ୟାଦେଶ ଥିଲା । ଅନ୍ୟପକ୍ଷରେ ଏହି କାର୍ଯ୍ୟ ପାଇଁ ବରହମପୁର ରାଜସ୍ୱ ନିରୀକ୍ଷକ (ଆର.ଆଇ.) ଯେଉଁ ଜମିରେ ଫିଜିବିଲିଟ୍ ରିପୋର୍ଟ ଦେଇଥିଲେ, ସେହି ଜମିରେ ଦଶଘରିଆ ହନୁମାନ କମ୍ୟୁନିଟି ସେ ର ନାହିଁ । ପ୍ରକାଶଯୋଗ୍ୟ ଗ୍ରାମବାସୀମାନେ ଜିଲାପାଳଙ୍କୁ ଦେଇଥିବା ଅଭିଯୋଗ ପତ୍ରରେ ସୂଚନା ଅଧିକାର ଆଇନ୍ ବଳରେ ମିଳିଥିବା ଏହି କାର୍ଯ୍ୟର ସଂପୂର୍ଣ୍ଣ ତଥ୍ୟାବଳୀ ମଧ୍ୟ ଦିଆଯାଇଛି । ଏହି ହଡପ ଘଟଣାର ବିଧିବଦ୍ଧ ତଦନ୍ତ କରାଯାଇ ବିଧାୟକଙ୍କ ପାଣ୍ଠିରୁ ୧ ଲକ୍ଷ ଟଙ୍କା ଚଳୁ କରିଥିବା ବ୍ୟକ୍ତିବିଶେଷମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀମାନଙ୍କ ତରଫରୁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।

Leave a Reply

Your email address will not be published.

Back to top button