ରାଜନୀତି
ଜମ୍ମୁରେ ସଂରକ୍ଷଣକୁ ଶାହାଙ୍କ ଗୁରୁତ୍ବ

ଶ୍ରୀନଗର: କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଜମ୍ମୁକାଶ୍ମୀରର ରଜୌରୀ ରାଲିରେ ସମ୍ୱୋଧନ କରି ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବା ସମ୍ପର୍କରେ ଘୋଷଣା କରିଛନ୍ତି। କାଶ୍ମୀରରେ ରହୁଥିବା ଗୁଜ୍ଜର ଓ ବକରୱାଲ୍ସଙ୍କ ବ୍ୟତୀତ ପାହାଡି ସମ୍ପ୍ରଦାୟ ଲୋକଙ୍କ ପାଇଁ ଖୁବଶୀଘ୍ର ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ ବୋଲି କହିଛନ୍ତି ଶାହା। ଅନୁସୂଚିତ ଜାତି ଓ ଜନଜାତିଙ୍କ ଭଳି ଏହି ସମ୍ପ୍ରଦାୟର ଲୋକଙ୍କ ଶିକ୍ଷା ଓ ଚାକିରି କ୍ଷେତ୍ରରେ ସଂରକ୍ଷଣ ମିଳିବ।
ଯଦି ପାହାଡି ସମ୍ପ୍ରଦାୟର ଲୋକ ଏସଟି ମାନ୍ୟତା ପାଇବେ, ତାହେଲେ ପ୍ରଥମଥର ପାଇଁ ଭାରତରେ ଏପରି ଘଟଣା ଘଟିବ। ଭାରତରେ ଏଯାଏ ପାହାଡି ସମ୍ପ୍ରଦାୟର ଲୋକଙ୍କ ପାଇଁ କୌଣସି ପ୍ରକାରର ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇନାହିଁ। କାଶ୍ମୀର ଉପତ୍ୟାକାରୁ ୩୭୦ ଉଚ୍ଛେଦ ହେବା ପରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ସକ୍ଷମ ହୋଇଛି। ବର୍ତ୍ତମାନ ସଂଖ୍ୟାଲଘୁ, ଦଳିତ, ଆଦିବାସୀ ଓ ପାହାଡିମାନେ ସେମାନଙ୍କ ଅଧିକାର ପାଇବେ ବୋଲି କହିଛନ୍ତି ଅମିତ ଶାହା।