ଜାତୀୟରାଜନୀତି

ମସାଜ ରାଜନୀତି: ମୁହାଁମୁହିଁ ଆପ-ବିଜେପି

() ତିହାର ଜେଲରେ ଜେଲମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ମାଲିସ ଭିଡ଼ିଓ ଭାଇରାଲକୁ ନେଇ ଥମୁନି ରାଜନୀତି। ଯଦିଓ ଜେଲ ଭିତରେ ମାଲିସର ସିସିଟିଭି ଫୁଟେଜକୁ ପ୍ରଘଟ ନେଇ ଇଡି ଅଦାଲତ ଅବମାନନା ଅଡ଼ୁଆରେ ପଡ଼ିଛି। ସେପଟେ କିନ୍ତୁ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମାଲିସକୁ ନେଇ ବାଢ଼ିଥିବା ଯୁକ୍ତି ଓ ଯଥାର୍ଥତାକୁ ନେଇ କାଉଣ୍ଟର କରିବାକୁ ବିଜେପିକୁ ମିଳିଛି ଆଉ ଏକ ନୂଆ ବିନ୍ଦୁ। ତାହା ହେଲା ମାଲିସ କରିଥିବା ବ୍ୟକ୍ତି ଜଣକ ଜଣେ ଦୁଷ୍କର୍ମକାରୀ।

ତିହାର ଜେଲରେ ଥିବା ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ତେଲ ମାଲିସ ସହ ହାତ ଓ ଗୋଡ଼ ମୋଡ଼ା ଭଳି ଭିଆଇପି ଟ୍ରିଟମେଣ୍ଟକୁ ନେଇ ଅନେକ ରାଜନୀତିକ ଆରୋପ ପ୍ରତ୍ୟାରୋପ ହୋଇଛି। ଏଯାଏ ଏହି ପ୍ରସଙ୍ଗକୁ ନେଇ ବିବାଦ ବି ଥମିନି। ଏତିକିବେଳେ ସତ୍ୟେନ୍ଦ୍ରଙ୍କୁ ଜେଲରେ ମସାଜ ଦେଇଥିବା ବ୍ୟକ୍ତି ଜଣଙ୍କର ପରିଚୟ ସାମ୍ନାକୁ ଆସିବା ପରେ ପୁଣି ଥରେ ରାଜନୀତିକ ହଟ୍ଟଚମଟ ଆରମ୍ଭ ହୋଇଛି। ଜେଲରେ ମାଲିସ କରିଥିବା ବ୍ୟକ୍ତି ହେଉଛନ୍ତି ଜଣେ ବିଚାରାଧୀନ ବନ୍ଦୀ। ଯାହାଙ୍କ ନାଁ ପିଙ୍କୁ। ଯିଏ ନାବାଳିକା ଦୁଷ୍କର୍ମ ମାମଲାର ଜଣେ ଅଭିଯୁକ୍ତ। ପିଙ୍କୁ ବିରୁଦ୍ଧରେ ପୋକ୍ସୋ ଆକ୍ଟ ସହ ଆଇପିସିର ଦଫା ୩୭୬, ୫୦୬ ଓ ୫୦୯ ଲାଗିଛି।  ମନ୍ତ୍ରୀଙ୍କୁ ମାଲିସ କରୁଥିବା ବ୍ୟକ୍ତି ଦୁଷ୍କର୍ମକାରୀ ଜଣାପଡ଼ିବା ପରେ ବିଜେପି ପୁଣି କେଜରିଓ୍ୱାଲ ସରକାରଙ୍କୁ ଘେରିଛି। ବଳାତ୍କାରୀକୁ ଫିଜିଓଥେରାପିଷ୍ଟ କହି ହୀନ ରାଜନୀତି କରୁଛି ଆପ୍। କେଜରିଓ୍ୱାଲଙ୍କ ଭିତରେ ଅର୍ଥ ଲାଳସାର ଏହା ପ୍ରତିଫଳନ। ୬ ବର୍ଷ ତଳେ ଆଉ ଜଣେ ଦୁଷ୍କର୍ମକାରୀଙ୍କୁ ସିଲେଇ ମେସିନ ଦେଇ ତା ପାଇଁ ଦୋକାନ ଖୋଲିଦେଇଥିଲେ କେଜରିଓ୍ୱାଲ। ଭୋଟ୍ ପାଇଁ କେଉଁ ସ୍ତରକୁ ଆମ୍ ଆଦମୀ ଯାଇପାରେ କହି ଭର୍ତ୍ସନା କରିଛି।

ମାଲିସର ସିସିଟିଭି ଫୁଟେଜ ସାର୍ବଜନୀନ ହେବା ପରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏଭଳି ମାଲିସ ପଛର ଯଥାର୍ଥତାକୁ ନେଇ ଯେଉଁ ଯୁକ୍ତି ଦର୍ଶାଇଥିଲେ। ଆଉ କହିଥିଲେ କି ଡାକ୍ତରଙ୍କ ପରାମର୍ଶରେ ହିଁ ସତ୍ୟେନ୍ଦ୍ରଙ୍କୁ ଫିଜିଓଥେରାପି ଦିଆଯାଇଛି। ଆଉ ଏହାକୁ ନିଜର ରାଜନୀତିକ ଫାଏଦା ଲାଗି ବିଜେପି ବ୍ୟବହାର କରୁଛି। ଏବେ ମାଲିସ କରୁଥିବା ବ୍ୟକ୍ତି ଦୁଷ୍କର୍ମକାରୀ ବୋଲି ପ୍ରଘଟ ହେବା ପରେ ଆପ୍ ବି ଅକଳରେ ପଡିଛି। ଶୁଣନ୍ତୁ କଅଣ କହିଥିଲେ ସିସୋଦିଆ।

କାରଣ ଏମିତିରେ ଆଗରୁ ସିସୋଦିଆଙ୍କ ମନ୍ତବ୍ୟକୁ ସମାଲୋଚନା କରିଥିଲା ଅଲ ଇଣ୍ଡିଆ ଫିଜିଓଥେରାପିଷ୍ଟ ଆସୋସିଏସନ। ଜେଲରେ ଏଭଳି ମାଲିସକୁ ଫିଜିଓଥେରାପି କହିଥିବାରୁ ଏଭଳି ମନ୍ତବ୍ୟ ପାଇଁ ସିସୋଦିଆଙ୍କଠୁ କ୍ଷମାପ୍ରାର୍ଥନା ଦାବି କରିଥିଲା ସଂଘ। ଏହା ସହ ତିହାର ଜେଲର ପୂର୍ବତନ ପିଆରଓ ବି ସିସୋଦିଆଙ୍କ ଯୁକ୍ତିରେ ସହମତ ନଥିଲେ। କାରଣ ଜେଲର ହସ୍ପିଟାଲରେ ଥିବା ସ୍ୱତନ୍ତ୍ର ଫିଜିଓଥେରାପି ଓ୍ୱାର୍ଡରେ ମସାଜ୍ ଦିଆଯାଏ। କିନ୍ତୁ ଜେଲର ସେଲ୍‌ ଭିତରେ ନୁହେଁ। ଜେଲ୍ ରୁଲ୍ସ ଅନୁସାରେ ଜେଲରେ ଥିବା କେବଳ ଫିଜିଓଥେରାପି ସେଣ୍ଟରରେ ଜଣେ ଫିଜିଓଥେରାପିଷ୍ଟ କିମ୍ୱା ତାଲିମପ୍ରାପ୍ତ ଏକ୍ସପର୍ଟଙ୍କ ଦ୍ୱାରା ମସାଜ୍ ଦିଆଯାଏ।

ତେବେ ଫିଜିଓଥେରାପି ନାଁରେ ଜେଲମନ୍ତ୍ରୀଙ୍କୁ ଜେଲର ସେଲ୍ ଭିତରେ ଭିଆଇପି ଟ୍ରିଟମେଣ୍ଟ ପୁଣି ଜଣେ ବଳାତ୍କାରୀ ଅଭିଯୁକ୍ତଙ୍କ ହାତରେ ଏହି ମାଲିସ ହୋଇଥିବାରୁ ପୁଣି ରାଜନୀତି ତେଜ୍ ଧରିଛି।

ପ୍ରଦୀପ ନାୟକଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button