ଓଡ଼ିଶାପାଣିପାଗ ଓ ପରିବେଶ

ଜୁନ ୨୭ ଯାଏଁ ଲଘୁଚାପ

ଗତକାଲିର ଘୁର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ଉତ୍ତର-ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଛି ଏକ ଲଘୁଚାପ କ୍ଷେତ୍ର l ଏହା ସହ ଜଡିତ ଘୁର୍ଣ୍ଣିବଳୟ ବାୟୁମଣ୍ଡଳରେ ୭.୬ କିମି ଉଚ୍ଚତା ଯାଏଁ ବ୍ୟାପିଛି | ବିଗତ ୨୪ ଘଣ୍ଟାରେ ସମ୍ବଲପୁର ଠାରେ ୧୭୧.୪ ମିଲି ମିଟର ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି l ଏଥିସହ ବିଗତ ୨୪ ଘଣ୍ଟାରେ ସମ୍ବଳପୁର , ବଲାଙ୍ଗୀର, ବରଗଡ଼, ବୌଦ୍ଧ, କଳାହାଣ୍ଡି ପରି ୫ ଟି ସହରରେ ସର୍ବାଧିକ ବର୍ଷା ଦେଖିବକୁ ମିଳିଛି l ଆଗମୀ ୨୪ ଘଣ୍ଟା ପାଇଁ ୧୨ ଟି ଜିଲ୍ଲାକୁ ଆରେଞ୍ଜ ୱାର୍ଣିଂ ଜାରି କରାଯାଇଛି l ଆଜି କିଛି ଆଭ୍ୟନ୍ତରୀଣ ଜିଲ୍ଲାର କିଛି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ୭ ରୁ ୨୦ ସେମି ବର୍ଷା ତଥା ଗୋଟିଏ ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ୨୦ ସେମିରୁ ଅଧିକ ବର୍ଷା ର ସମ୍ଭାବନା ରହିଛି l ଏହି ଲଘୁଚାପ ୨୭ ଯାଏଁ ଜାରି ରହିବ 28 ତାରିଖ ପରେ ଏହାର ପ୍ରଭାବ କମ ରହିବ l ୨୭ ପରେ କେବଳ ପଶ୍ଚିମ ଓଡ଼ିଶା ରେ କେବଳ ପ୍ରଭାବ ରହିବ l ୨୮ ଯାଏଁ ମତ୍ସ୍ୟଜିବୀ ମାନଙ୍କୁ ଗଭୀର ସମୁଦ୍ର କୁ ବାରଣ କରାଯାଇଛି l କୃଷକ ମାନଙ୍କ ପାଇଁ ଉପକୂଳ ବାତାବାରଣ ଅଟେ କାର୍ଯ୍ୟ ଜାରି ରଖନ୍ତୁ l ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବା ସହ ସମୁଦ୍ରରୁ ୪୦-୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି l

Leave a Reply

Your email address will not be published.

Back to top button