ରାଜନୀତି
ସୁରେଶ ମହାପାତ୍ର କଟକ କଂଗ୍ରେସର ସଭାପତି ନିଯୁକ୍ତ

ଭୁବନେଶ୍ୱର: କଟକ ଜିଲ୍ଲା କଂଗ୍ରେସ କମିଟିର ନୂଆ ଅସ୍ଥାୟୀ ସଭାପତି ଭାବେ ସୁରେଶ ମହାପାତ୍ରଙ୍କୁ ନିଯୁକ୍ତ କରାଯାଇଛି। ରାଜ୍ୟ କଂଗ୍ରେସ ସଭାପତି ସରତ ପଟ୍ଟନାୟକ ଦଳୀୟ ରାଜ୍ୟ କଂଗ୍ରେସ ପ୍ୟାଡରେ ଏକ ବିଜ୍ଞପ୍ତି ଜାରି କରି ଏହି ସୂଚନା ପ୍ରଦାନ କରିଛନ୍ତି। ଏହି ପଦରେ ସୁରେଶ ତାଙ୍କ ସର୍ବୋତ୍କୃଷ୍ଟ ପ୍ରଦର୍ଶ କରି କଟକ ସିଟି ଡିଷ୍ଟ୍ରିକ୍ଟ କଂଗ୍ରେସ କମିଟିକୁ ସମୃଦ୍ଧ କରିବେ ବୋଲି ପଟ୍ଟନାୟକ ଆଶା କରିଛନ୍ତି। ତାଙ୍କ ନେତୃତ୍ୱ କଂଗ୍ରେସକୁ କଟକ ସହରରେ ସଂଗଠିତ କରିବ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି।