Koraput

ମୋ ଘର ଯୋଜନାକୁ ସଫଳ କରିବା ନିମନ୍ତେ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଓ ସଚେତନତା ବୈଠକ

ଜୟପୁର : ଓଡିଶା ସରକାରଙ୍କ ତରଫରୁ ଗ୍ରାମ୍ୟଞ୍ଚଳରେ ଗୃହ ସହାୟତା ନିମନ୍ତେ ମୋ ଘର ଯୋଜନାର ସଫଳ ରୁପାୟନ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଛି । ଜୟପୁର ବିଡିଓ ରାଜୀବ ଦାସଙ୍କ ଅଧ୍ୟକ୍ଷତାରେ ଏକ ପ୍ରଶିକ୍ଷଣ ଓ ସଚେତନତା ବୈଠକ ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଛି । ବ୍ଲକର ଗରିବ ଓ ନିମ୍ନ ମଧ୍ୟବିତ୍ତ ପରିବାର ମୋ ଘର ଯୋଜନାରେ ନୂତନ ଗୃହର ନିର୍ମାଣ, ସମ୍ପ୍ରସାରଣ, ସମ୍ପୁଣ୍ଣିକରଣ ତଥା ଉନ୍ନତିକରଣ ନିମନ୍ତେ ଯେପରି ଅଧିକରୁ ଅଧିକ ଆବେଦନ କରି ଯୋଜନାର ଲାଭ ନେଇ ପାରିବେ ସେଥିପାଇଁ ବିଶେଷ ଯତ୍ନବାନ ହେବାକୁ ସମ୍ପୁକ୍ତ ବିଭାଗୀୟ ଅଧିକାରି ମାନଙ୍କୁ ପରାମର୍ଶ ଦେଇଛନ୍ତି । ଯୋଜନାର ଶତ ପ୍ରତିଶତ ସଫଳତା ନିମନ୍ତେ ବ୍ଲକର ତୃଣମୁଳ ସ୍ତରରେ ପଞ୍ଚାୟତରାଜ ଜନ ପ୍ରତିନିଧି, ଗ୍ରାମ୍ୟସ୍ତରିୟ ଅଧିକାରି, ଏସଏଚଜି ସଦସ୍ୟ, ସ୍ଥାନୀୟ ଜନ ସାଧାରଣଙ୍କୁ ସାମିଲ କରି ପ୍ରତି ପଞ୍ଚାୟତରେ ସ୍ଵତନ୍ତ୍ର ଗ୍ରାମସଭା, ପଲ୍ଲି ସଭା ଅନୁଷ୍ଠିତ କରିବା ପାଇଁ ସ୍ଥିର କରାଯାଇଛି । ବ୍ଲକର ବିଭିନ୍ନ ଅଞ୍ଚଳରେ ଡାକବାଜି ଯନ୍ତ୍ର ଦ୍ଵାରା ଲୋକଙ୍କୁ ସଚେତନ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି।

ବୈଠକରେ ବ୍ଲକ ଅଧ୍ୟକ୍ଷା ତିଳୋତ୍ତମା ମୁଦୁଲି, ବ୍ଲକ ସାମାଜିକ ସୁରକ୍ଷା ଅଧିକାରି ନିସା କେଏସ, ସହକାରି ନିର୍ବାହୀ ଯନ୍ତ୍ରୀ ବିଶ୍ଵନାଥ ପାତ୍ର, ଜିପିଓ ପ୍ରଶାନ୍ତ ମିଶ୍ର, ଜିଲା ପରିଷଦ ସଭ୍ୟା ପ୍ରମୁଖ ଉପସ୍ଥିତ ଥିଲେ ।

Related Articles

Leave a Reply

Your email address will not be published.

Back to top button