ଜାତୀୟ

ତାମିଲନାଡ଼ୁର କୃଷ୍ଣଗିରି ବାଣ ଫ୍ୟାକ୍ଟ୍ରି ଦୁର୍ଘଟଣାରେ ମୃତକଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାମିଲନାଡ଼ୁର କୃଷ୍ଣଗିରିରେ ଏକ ବାଣ ଫ୍ୟାକ୍ଟ୍ରିରେ ଘଟିଥିବା ଦୁର୍ଘଟଣାରେ ମୃତକଙ୍କ ପାଇଁ ଶୋକବ୍ୟକ୍ତ କରିଛନ୍ତି । ସେ ମୃତକଙ୍କ ପରିବାରକୁ ପିଏମଏନଆରଏଫରୁ ୨ ଲକ୍ଷ ଟଙ୍କା ଲେଖାଏ ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରାଯାଇଛି:

 ‘ତାମିଲନାଡ଼ୁର କୃଷ୍ଣଗିରିରେ ଏକ ବାଣ ଫ୍ୟାକ୍ଟ୍ରିରେ ଘଟିଥିବା ଦୁର୍ଘଟଣାରେ ବହୁତ ମୂଲ୍ୟବାନ ଜୀବନ ଯାଇଥିବାରୁ ମର୍ମାହତ । ଏପରି ଅତ୍ୟନ୍ତ କଠିନ ସମୟରେ ପୀଡ଼ିତଙ୍କ ପରିବାର ସହ ମୋର ସମବେଦନା ଏବଂ ପ୍ରାର୍ଥନା ରହିଛି । ଆହତମାନେ ଖୁବଶୀଘ୍ର ଠିକ୍ ହୋଇଯାଆନ୍ତୁ । ପିଏମଏନଆରଏଫରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯିବ: ପ୍ରଧାନମନ୍ତ୍ରୀ’

Related Articles

Leave a Reply

Your email address will not be published.

Back to top button