ଚାଷୀଙ୍କ ପାଇଁ ଓକିଲ ହେବେ ରାଜ୍ୟ ସରକାର । ରାଜସ୍ୱ ମନ୍ତ୍ରୀ ବି କରିବେ ଓକିଲାତି । ଚାଷୀଙ୍କୁ ଠକି ପାରିବେନି ବୀମା କମ୍ପାନୀ । ଧାନ ଚାଷ ଆରମ୍ଭ ଠାରୁ ମଣ୍ଡି ଆଡ଼କୁ ମୁଁହାଇବା ପର୍ଯ୍ୟନ୍ତ ବୀମା ପରିସର ଭୁକ୍ତ ହେବା କଥା । ଅତୀତରେ ବୀମା କମ୍ପାନୀ ମାନେ ଟାଳଟୁଳ ନୀତି ଅବଲମ୍ୱନ କରୁଥିଲେ । ବିଜେପି ସରକାର ସମୟରେ ବୀମା କମ୍ପାନୀ ମାନେ କ୍ଷତିପୂରଣ ନ ଦେଲେ କଡ଼ା ଆକ୍ସନ ହେବ। ଗ୍ରାଉଣ୍ଡ ଜିରୋରେ ସ୍ଥିତି ଦେଖିବା ପରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା। କେବଳ ଧାନ ନୁହେଁ ପନିପରିବା, କପା ଓ ଚିନାବାଦାମ ମଧ୍ୟ କ୍ଷତି ହୋଇଛି। ୨ ଲକ୍ଷ ଚାଷୀ ବୀମା କମ୍ପାନୀ ନିକଟରେ ଅଭିଯୋଗ ଶୁଣାଇ ସାରିଲେଣି । ୧ ତାରିଖ ପର୍ଯ୍ୟନ୍ତ ପଞ୍ଜୀକରଣ ଅବଧି ବଢ଼ାଇବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ସମବାୟ ସଚିବ । ପନିପରିବା ଓ କପା ଚାଷୀ ବୀମା କରିନାହାନ୍ତି । ତେଣୁ ବୀମା କରିନଥିବା ଚାଷୀଙ୍କୁ ସହାୟତା ଦେବା ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଆଜି ଜିଲ୍ଲା ସ୍ତରର କ୍ଷୟକ୍ଷତି ରିପୋର୍ଟ ଆସିବ । ଜିଲ୍ଲାପାଳ ମାନଙ୍କୁ କୁହାଯାଇଛି, କେହି ଚାଷୀ ଯେମିତି କ୍ଷତିପୂରଣ ପାଇବାରୁ ବାଦ ପଡ଼ିବେନି । ବୀମା କରୁଥିବା ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ବୀମା କମ୍ପାନୀ ଗୁଡ଼ିକ ସହ ସରକାର ସମ୍ପର୍କରେ ଅଛନ୍ତି । ଯେଉଁମାନେ ବୀମା କରିନାହାନ୍ତି କିମ୍ବା ଭାଗ ଚାଷୀ । ସେମାନଙ୍କୁ ସିଧାସଳଖ ସହାୟତା ଦେବା ପାଇଁ ସରକାର ବିଚାର କରୁଛନ୍ତି । ସମସ୍ତଙ୍କୁ ସହଯୋଗ ରାଶି ଯୋଗାଇ ଦିଆଯିବ । ଓଦା ହୋଇଥିବା ଧାନକୁ ଶୁଖାଇ ବିକିଲେ FAQ ମାନକୁ କୋହଳ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now