ଜିଲ୍ଲା କଂଗେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବାଲେଶ୍ୱରରେ ରାଜରାସ୍ତାରେ ଗର୍ଜିଲା କଂଗେସ। ଜିଲ୍ଲା କଂଗେସ ପକ୍ଷରୁ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବରଖାସ୍ତ ଦାବି କରି ପ୍ରଦର୍ଶନ  ସହ ଜିଲ୍ଲାପାଳଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନରୁ ଜିଲ୍ଲା କଂଗ୍ରେସ ସଭାପତି ସଞ୍ଜୀବ ଗିରିଙ୍କ ନେତୃତ୍ୱରେ କଂଗେସ କର୍ମୀମାନେ ଏକ ବିଶାଳ ପଟୁଆରରେ ଶୋଭାଯାତ୍ରା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସଂସଦରେ ସମ୍ବିଧାନ ପ୍ରଣେତା ଡ. ବାବା ସାହେବ ଆମ୍ବେଦକରଙ୍କ ଉପରେ ଦେଇଥିବା କଟୁ ମନ୍ତବ୍ୟକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଅମିତ ଶାହାଙ୍କ ଇସ୍ତଫା ଦାବି କରିଥିଲେ। ଏହି କାର୍ଯ୍ୟକ୍ରମରେ ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ପୂର୍ବତନ ବିଧାୟକ ଦେବୀ ଚଣ୍ଡ, ସୋର ନିର୍ବାଚନ ମଣ୍ଡଳୀ ନେତା ସୁବ୍ରତ ଧଡା, ଯୁବ ନେତା ପପୁ ଲେଙ୍କା, ନାରୀନେତ୍ରୀ ଅର୍ଚ୍ଚନା ନନ୍ଦୀ, ବିକାଶ ଦାସ, ଖଇରା ଯୁବନେତା ନିରଞ୍ଜନ ପରିଡ଼ା ପ୍ରମୁଖଙ୍କ ସମେତ ଶତାଧିକ କଂଗେସ କର୍ମୀ ଯୋଗ ଦେଇଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *