ଜୁଲାଇ ୧୫ରେ କେ.କବିତାଙ୍କ ଚାର୍ଜସିଟ୍ ଉପରେ ରାୟ ଶୁଣାଇବେ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ

Spread the love

ଜୁଲାଇ ୧୫ରେ କେ.କବିତାଙ୍କ ଚାର୍ଜସିଟ୍ ଉପରେ ରାୟ ଶୁଣାଇବେ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସିବିଆଇ ବିଆରଏସ ନେତ୍ରୀ କେ.କବିତାଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କରିଥିଲା। କୋର୍ଟରେ ଏହାର ଶୁଣାଣୀ ସରିଛି। ରାୟକୁ ସଂରକ୍ଷିତ ରଖିଛନ୍ତି କୋର୍ଟ। ଜୁଲାଇ ୧୫ରେ ରାୟ ଶୁଣାଇବେ। ୭ ଦିନ ତଳେ କବିତାଙ୍କ ଜାମିନ୍ ଆବେଦନକୁ ଖାରଜ କରିଦେଇଥିଲେ ଦିଲ୍ଲୀ ହାଇକୋର୍ଟ। ସିବିଆଇ ଓ ଇଡି କବିତାଙ୍କ ଜାମିନକୁ ବିରୋଧ କରି ଦର୍ଶାଇଥିଲା ଯେ, ସାକ୍ଷୀମାନଙ୍କୁ ପ୍ରଭାବିତ କରିପାରନ୍ତି କବିତା। ଦିଲ୍ଲୀ ମଦ ଦୁର୍ନୀତି ଓ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଛନ୍ତି କବିତା। ଏ ମାମଲାରେ ୫୦ ଅଭିଯୁକ୍ତଙ୍କ ଭିତରେ ଏକମାତ୍ର ମହିଳା ଅଟନ୍ତି କବିତା। ସେଥିଲାଗି ତାଙ୍କୁ ଜାମିନ୍ ଦିଆଯାଉ ବୋଲି ଗତଥର ଅପିଲ୍ କରିଥିଲେ କବିତାଙ୍କ ଓକିଲ। ହେଲେ ନିରାଶ ହେବାକୁ ପଡ଼ିଥିଲା। ମାର୍ଚ୍ଚ ୧୫ରେ ଇଡି ହାଇଦ୍ରାବାଦସ୍ଥିତ ଘରୁ କବିତାଙ୍କୁ ଗିରଫ କରିଥିଲା। ସିବିଆଇ ତିହାର ଜେଲରେ କବିତାଙ୍କୁ ଗିରଫ କରିଥିଲା।

Leave a Reply

Your email address will not be published. Required fields are marked *