ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଧାରଣା। ଦାବି ନ ଶୁଣିଲେ ଆନ୍ଦୋଳନର ଚେତାବନୀ। ଅଦିନିଆ ବର୍ଷାରେ ଚାଷୀକୂଳ ହତାଶ ହୋଇପଡିଛି। ବର୍ଷାରେ ବର୍ଷ ଯାକର ଅମଳ ଫସଲ ନଷ୍ଟ ହୋଇଯାଇଛି । ଧାନ , ମୁଗ , ବିରି, ଚଣା ଭଳି ବହୁ ଫସଲ ନଷ୍ଟ ହୋଇଥିବା ବେଳେ ଚାଷୀ ଆଖିରୁ ଝରୁଛି ଲୁହ। ଗତ ଲଗାଣ ବର୍ଷାରେ ଫସଲ ନଷ୍ଟ ନେଇ ଏବେ ରାସ୍ତାକୁ ଓହ୍ଲାଇଲେ ବୋଲଗଡର ଚାଷୀ। ଗଜା ହୋଇଯାଇଥିବା ଧାନକୁ ଧରି ବୋଲଗଡ଼ ତହସିଲ ସମ୍ମୁଖରେ ଧାରଣାରେ ବସିଛନ୍ତି ଶତାଧିକ ଚାଷୀ। କ୍ଷତିପୂରଣ ସହିତ କୃଷି ଋଣ ଛାଡ଼ ଏବଂ ପ୍ରଧାନମନ୍ତ୍ରୀ କୃଷି ବୀମା ପ୍ରଦାନ କରାଯିବା ପାଇଁ ଦାବି କରିଛନ୍ତି। ଯଦି ସରକାର ଚାଷୀଙ୍କ ଦାବି ନ ଶୁଣିବେ ନହେଲେ ତେବେ ଆଗକୁ ଆନ୍ଦୋଳନ ବ୍ୟାପକ କରାଯିବ ବୋଲି ଚାଷୀ ଚେତାବନୀ ଦେଇଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now