ତାଇଓ୍ୱାନକୁ ଡ୍ରାଗନର ଧମକ!

 ତାଇଓ୍ୱାନକୁ ନେଇ ଧମକ ଦେଇଛି ଚୀନ୍। ତାଇଓ୍ୱାନ ଚୀନର ଅଂଶ। ଚୀନରେ ତାଇଓ୍ୱାନକୁ ମିଶାଇବାକୁ କେହି ରୋକିପାରିବେନି ବୋଲି କହିଛନ୍ତି ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗ୍। ଚୀନ୍ ଓ ତାଇଓ୍ୱାନକୁ ଏକ୍ କରିବାରେ କେହି ପ୍ରତିବନ୍ଧକ ସାଜିପାରିବେନି ବୋଲି ଧମକ ଦେଇଛି ଡ୍ରାଗନ୍। ଆମର ରକ୍ତ ଏକ୍। ତାଇଓ୍ୱାନ ଓ ଚିନୀ ଗୋଟିଏ ପରିବାର। ତାଇଓ୍ୱାନର ଲୋକତାନ୍ତ୍ରିକ ଦୀପ ଉପରେ ନିଜର ଅଧିକାର ଜାହିର କରିଆସୁଛି ଚୀନ୍। ନୂଆ ବର୍ଷରେ ଶୁଭେଛା ବାର୍ତ୍ତା ଦେବା ଆଳରେ ଏଭଳି ଧମକ ଦେଇ ତାଇଓ୍ୱାନ ସହ ସମ୍ପର୍କର ସେତୁ ବାନ୍ଧିବାରେ ଯିଏ ବି ବାଧକ ସାଜିବ, ସେ ଭୋଗିବ ବୋଲି ପରୋକ୍ଷରେ ନାଲିଆଖି ଦେଖାଇଛନ୍ତି ରାଷ୍ଟ୍ରପତି ସି ଜିନପିଙ୍ଗ। ସ୍ୱୟଂଶାସିତ ଏହି ଦୀପରେ ୨ କୋଟି ୩୦ଲକ୍ଷ ଲୋକ ବସବାସ କରୁଛନ୍ତି। ତାଇଓ୍ୱାନକୁ ନିଜର ମୁଖ୍ୟ ଅଂଶ ବୋଲି ଦାବି କରୁଛି ଚୀନ୍। ଅନିର୍ବାର୍ଯ୍ୟ ରାଜନ୍ୟାୟିକ ରୂପରେ ତାଇଓ୍ୱାନକୁ ନିଜ ଅଂଶର ମାନ୍ୟତା ଦେବାକୁ ଯାଇ ଓ୍ୱାନ-ଚାଇନା ନୀତି ଆପଣାଇଛି।

ସେପଟେ ଦୀପର ସୁରକ୍ଷାକୁ ମଝଭୁତ୍ କରିବାକୁ ପ୍ରତିଶୃତି ଦେଇଛନ୍ତି ତାଇଓ୍ୱାନ୍ ରାଷ୍ଟ୍ରପତି ଲାଇ ଚିଙ୍ଗ-ତେ । ଚୀନ୍ ପକ୍ଷରୁ ସମ୍ଭାବ୍ୟ ବିପଦକୁ ମୁକାବିଲା କରିବାକୁ ପ୍ରସ୍ତୁତ ରହିଛନ୍ତି। ନବବର୍ଷର ଶୁଭେଛା ବାର୍ତ୍ତାରେ କଡ଼ା କାଉଣ୍ଟର କରିଛନ୍ତି ଡ୍ରାଗନକୁ। ତାଇଓ୍ୱାନ ବିଶ୍ୱସ୍ତରରେ ଗଣତନ୍ତ୍ର ରକ୍ଷାର ରେଖା ଭାବେ ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ସାଜିଛି।

ମେ ମାସରେ ଲାଇ ଚିଙ୍ଗ କ୍ଷମତାକୁ ଆସିବା ପରେ ତିନି ଥର ସମରଭ୍ୟାସ ହୋଇସାରିଲାଣି। ଚୀନ୍ ଦାବି କରୁଛି ଯେ, ତାଇଓ୍ୱାନ୍ ଏକ ସ୍ୱୟଂଶାସିତ ରାଷ୍ଟ୍ର। ଆବଶ୍ୟକ ପଡ଼ିଲେ ତାଇଓ୍ୱାନକୁ ବଳପୂର୍ବକ କବଜା କରିବ ଚୀନ୍। ଚୀନ୍, ଋଷିଆ, ଉତ୍ତର କୋରିଆ ଓ ଇରାନ ଭଳି ରାଷ୍ଟ୍ରର ବିସ୍ତାରବାଦୀ ନଜର ସବୁବେଳେ ସୀମା ବିବାଦକୁ ନେଇ ଥିବା ସମସ୍ୟାକୁ ବଢ଼ାଇ ଚାଲିଛନ୍ତି। ଅନ୍ତରାଷ୍ଟ୍ରୀୟ ବ୍ୟବସ୍ଥାର ଉଲ୍ଲଂଘନ କରିଚାଲିଛନ୍ତି। ଏଥିଲାଗି ଇଣ୍ଡୋ-ପ୍ୟାସିଫିକ୍ କ୍ଷେତ୍ର ଓ ଦୁନିଆରେ ଶାନ୍ତି ଓ ସ୍ଥିରତା ଉପରେ ଗମ୍ଭୀର ପ୍ରଭାବ ପଡ଼ୁଛି। ତାଇଓ୍ୱାନ୍ ସହ ଅନ୍ୟ ଦେଶର ଔପଚାରିକ ସମ୍ପର୍କକୁ ନେଇ ଆପତ୍ତି କରିଆସୁଛି ଚୀନ୍। ଆମେରିକା ସମେତ ଅଧିକ ଦେଶ ତାଇଓ୍ୱାନକୁ ଏକ ଦେଶ ବୋଲି ମାନ୍ୟତା ଦେଉନାହାନ୍ତି। କିନ୍ତୁ ତାଇଓ୍ୱାନର ଅନୌପଚାରିକ ସମର୍ଥକ ସାଜି ଆମେରିକା ଏହାକୁ ଅସ୍ତ୍ରଶସ୍ତ୍ର ବିକ୍ରି କରୁଛି। ଆମେରିକା ରାଷ୍ଟ୍ରପତି ବାଇଡେନ୍ ଘୋଷଣା କରିଥିଲେ ଯେ, ତାଇଓ୍ୱାନକୁ ୫ହଜାର୭୧୦ ଲକ୍ଷ ଡଲାର ଅର୍ଥର ସେନା ଉପକରଣ ଆବଣ୍ଟିତ କରିଛି। ସେଥିଲାଗି ଚୀନ୍ ଦୀପ ପାଖରେ ନିଜର ଯୁଦ୍ଧ ଜାହାଜ ଓ ସୈନ୍ୟ ବିମାନ ପଠାଇ ପରୋକ୍ଷରେ ଭୟ ଦେଖାଇଆସୁଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *