ନିୟମକୁ ଫୁ କରି ଖୋଲୁଛି ଘରୋଇ ସ୍କୁଲ

ଗ୍ରୀଷ୍ମପ୍ରବାହ ପାଇଁ ସ୍କୁଲ ବନ୍ଦ ନେଇ ଶିକ୍ଷା ବିଭାଗ ତାଗିଦ କରିଥିଲେ ବି କିଛି ସ୍ଥାନରେ ସ୍କୁଲ ଖୋଲୁଥିବା ଦେଖାଯାଇଛି । କିନ୍ତୁ ଶିକ୍ଷା ବିଭାଗ ଏନେଇ ଶକ୍ତ ଆଭିମୁଖ୍ୟ ନେଇଛି । ଗଣଶିକ୍ଷା ବିଭାଗ ଅନୁଧ୍ୟାନ କରୁଛି । ଯଦି ନିୟମକୁ ଅବମାନନା କରି ସ୍କୁଲ ଖୋଲା ହେଉଥିବା ଲକ୍ଷ୍ୟ କରାଯିବ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଏହା ସହ ପିଲାଙ୍କ ସ୍ୱାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି । ଗତକାଲି ପାରଦର୍ଶି ପୋର୍ଟାଲରେ ତ୍ରୁଟି ଥିବା ନେଇ ଅଭିଭାବକ ଓ କିଛି କୁନି କୁନି ପିଲା ଓସେପା ଅଫିସରେ ଧାରଣାରେ ବସିଥିଲେ। ତାହା ଦୃଷ୍ଟିଗୋଚର ହୋଇଛି । ଯଦି କିଛି ତ୍ରୁଟି ଅଛି ଅନୁଧ୍ୟାନ କରାଯିବ। BEO ମାନଙ୍କୁ ମଧ୍ୟ ଏନେଇ ଜଣାଇବୁ । ଯଦି କେହି ବ୍ୟତିକ୍ରମ କରିଛନ୍ତି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ । ତେବେ ପରବର୍ତ୍ତୀ ସମୟରେ ହିଟ ୱେଭକୁ ଲକ୍ଷ୍ୟ କରି ସ୍କୁଲ କେବେ ଖୋଲିବ ସେନେଇ ଶିକ୍ଷା ବିଭାଗ ନେବ ନିଷ୍ପତ୍ତି । ସମୟ ଆଗରୁ ସ୍କୁଲ ବନ୍ଦ ହୋଇଥିବା କାରଣରୁ ଆଗକୁ ଅନଲାଇନ କ୍ଲାସ କରାଯିବା ନେଇ ନିଷ୍ପତ୍ତି ନିଆଯାଇପାରେ ବୋଲି ମନ୍ତ୍ରୀ କହିଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *