ଦିଲ୍ଲୀରେ ଉତ୍କଟ ହେଲାଣି ପାଣି ସମସ୍ୟା। ଦିଲ୍ଲୀକୁ ଜଳ ଯୋଗାଣରେ ହରିଆଣା ସରକାରଙ୍କ ଅବହେଳା ପ୍ରତିବାଦରେ ଜଳ ମନ୍ତ୍ରୀ ଅତିଶୀ ଆରମ୍ଭ କରିଥିବା ଅନିର୍ଦ୍ଦିଷ୍ଟ କାଳ ଅନଶନ ଦ୍ୱିତୀୟ ଦିନରେ ପହଞ୍ଚିଛି। ପ୍ରବଳ ଗ୍ରୀଷ୍ମପ୍ରବାହରେ ଯେତେବେଳେ ଦିଲ୍ଲୀ ବାସିନ୍ଦାଙ୍କ ପାଇଁ ପାଣିର ଆବଶ୍ୟକତା ଅଧିକ ଜରୁରୀ ହୋଇପଡ଼ିଛି। ସେତେବେଳେ ହରିଆଣା ସରକାର ଜଳଯୋଗାଣକୁ କମ୍ କରିଦେଇଛନ୍ତି। ଦିଲ୍ଲୀ ପାଇଁ ଦୈନିକ ୧୦୦୫ ଏମଜିଡି ପାଣି ଦରକାର ହୁଏ। ଏଥିରୁ ୬୧୩ ଏମଜିଡି ପାଣି ହରିଆଣା ସରକାର ଦେଇଥାଆନ୍ତି। କିନ୍ତୁ କି଼ଛି ସପ୍ତାହ ହେଲା, ହରିଆଣା ସରକାର ମାତ୍ର ୫୧୩ ଏମଜିଡି ପାଣି ରିଲିଜ୍ କରୁଛନ୍ତି। ଏହା ଫଳରେ ଦିଲ୍ଲୀରେ ୨୮ ଲକ୍ଷରୁ ଅଧିକ ଲୋକ ପାଣି ପାଉନାହାନ୍ତି ବୋଲି ଆରୋପ ଲଦିଛନ୍ତି ଅତିଶୀ। ହରିଆଣା ସରକାର ଆବଶ୍ୟକୀୟ ପାଣି ନ ଦେବା ଯାଏ ଅନଶନ ଜାରି ରଖିବି ବୋଲି କହିଛନ୍ତି ଅତିଶୀ। ଆପ୍ ସରକାରର ପାଣି ଆନ୍ଦୋଳନକୁ ସମର୍ଥନ କରିଛି ସିପିଆଇ। ସେପଟେ ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୁପିନ୍ଦର ସିଂ ହୁଡ୍ଡା କହିଛନ୍ତି, ହରିଆଣା କାହାର ପାଣି ସେୟାରକୁ ରୋକେନି। ଏସଓ୍ୱାଇଏଲ କାନାଲକୁ ଖୋଲିବା ଦରକାର। ଯାହା ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ, ତାକୁ ଅନୁପାଳନ କରିବା ଜରୁରୀ। ସେପଟେ ଦିଲ୍ଲୀ ଜଳବୋର୍ଡ ଅଫିସ ଆଗରେ ବିଜେପି ବିକ୍ଷୋଭ କରିଛି। ପୁଲିସ ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବାକୁ ପାଣି ମାଡ଼ କରିଥିଲା।
Naxatra News is now on Whatsapp
Join and get latest news update delivered to you via whatsapp
Join Now