ବିଧାନସଭାରେ ସ୍ୱାଧିକାର ଭଙ୍ଗ ନୋଟିସ୍‌ ଆଣିଲା କଂଗ୍ରେସ

ଆଜି ବିଧାନସଭାର ଷଷ୍ଠ ଦିନରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିଲା କଂଗ୍ରେସ । ଅଗ୍ନିବୀର ଓ ସେମାନଙ୍କ ୟୁନିଫର୍ମ ଉପରେ ସଂରକ୍ଷଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ଗୃହରେ ପଢ଼ି ଶୁଣାଉଥିବା ବେଳେ ଗୃହରେ ଉଦବେଗ ପ୍ରକାଶ କରିଥିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ଗୃହ ବାହାରେ ମୁଖ୍ୟମନ୍ତ୍ରୀଙ୍କ କରିଥିବା ଘୋଷଣାକୁ ଗୃହ ଭିତରେ ସଂସଦୀୟ ମନ୍ତ୍ରୀ ଦୁଇ ଦିନ ପରେ ଘୋଷଣା କରିଛନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀ ଏହାକୁ ଗୃହରେ କାହିଁକି ଘୋଷଣା କଲେ ନାହିଁ ? ଗୃହକୁ ବିଶ୍ୱାସକୁ ନେଲେ ନାହିଁ ମୁଖ୍ୟମନ୍ତ୍ରୀ, ଗୃହର ମର୍ୟ୍ୟାଦା ଭଙ୍ଗ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ବିଧାନସଭା ଇତିହାସରେ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି ହୋଇଛି। । ନୂଆ ପରମ୍ପରା ସୃଷ୍ଠି କରାଯାଇଛି। ଗୃହ ଚାଲିବା ସମୟରେ ମୁଖ୍ୟମନ୍ତ୍ରୀ ଗୃହ ବାହାରେ ଘୋଷଣା କରିବା କେତେ ଦୂର ଠିକ। ମୁଖ୍ୟମନ୍ତ୍ରୀ ଯେତେ ବେଳେ ବିରୋଧୀ ଦଳ ମୁଖ୍ୟ ସଚେତକ ଥିଲେ ସେତେ ସେ ବି ଦୁଇ ଦୁଇ ମନ୍ତ୍ରୀଙ୍କ ବିରୋଧରେ ପ୍ରିଭିଲେଜ ଆଣିଛନ୍ତି। କିନ୍ତୁ ସେ ଆଜି କେମିତି ନିୟମ ଭଙ୍ଗ କଲେ। ତେଣୁ ସ୍ୱାଧିକାରକୁ ଗ୍ରହଣ କରିବାକୁ ଦାବି କଲେ ତାରା ବାହିନୀପତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *