ଭିଭିଆଇପିଙ୍କ ସୁରକ୍ଷା ଦିଗରେ ଅଧିକ ଫୋକସ କରିବାରୁ ଏଭଳି ଅଭାବନୀୟ ଘଟଣା ଘଟିଲା :ଜୟନ୍ତ କୁମାର ଦାସ

Spread the love

ରଥଯାତ୍ରା ଭିଡ଼ରେ ଅଣନିଃଶ୍ୱାସୀ ହୋଇ ଜଣେ ଭକ୍ତ ପ୍ରାଣ ହରାଇବା ଓ ଶତାଧିକ ଦଳାଚକଟା ଘଟଣା ପହଞ୍ଚିଛି ଜାତୀୟ ମାନବାଧିକାର ଆୟୋଗଙ୍କ ପାଖରେ। ଭିଭିଆଇପିଙ୍କ ସୁରକ୍ଷା ଦିଗରେ ଅଧିକ ଫୋକସ କରିବାରୁ ଏଭଳି ଅଭାବନୀୟ ଘଟଣା ଘଟିଲା ବୋଲି ଆବେଦନକାରୀ ଜୟନ୍ତ କୁମାର ଦାସ ଅଭିଯୋଗ କରିଛନ୍ତି କମିଶନଙ୍କ ପାଖରେ। ଏହା ଉପରେ ଆବଶ୍ୟକୀୟ ଆକ୍ସନ ସହ ଏଭଳି ଘଟଣାର ଯେଭଳି ପୁନରାବୃତ୍ତି ନହୁଏ, ସେ ଦିଗରେ ଯତ୍ନବାନ୍ ହେବାକୁ କମିଶନଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ଆବେଦନକାରୀ। ମୃତକଙ୍କ ପରିବାରକୁ ୩୦ଲକ୍ଷ ଓ ଆହତଙ୍କୁ ୫ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଦେବାକୁ ଅପିଲ୍ କରାଯାଇଛି। ଦଳାଚକଟା ଲାଗି ଯିଏ ଦାୟୀ, ସେମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ଆକ୍ସନ ଲାଗି ଦାବି କରାଯାଇଛି।

Leave a Reply

Your email address will not be published. Required fields are marked *